Latest Odisha News

BREAKING NEWS

ଇରଫାନକୁ ଭଲ ପାଉଥିଲି: ଗମ୍ଭୀର, ଅକ୍ଷୟ ମୋ ପଛରେ ପଡିଥିଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିବାରେ ଲାଗିଛି । ମୁଁ ୫ ବର୍ଷ ଧରି ଇରଫାନ ପଠାନଙ୍କୁ ଭଲ ପାଉଥିଲି । ମୋ ସହିତ ଦୀର୍ଘ ଦିନର ମିଳାମିଶା ପରେ ସେ ଅନ୍ୟ ଝିଅକୁ ବାହାକୁ ହୋଇଗଲେ ବୋଲି ପାୟଲ କହିଛନ୍ତି । ଅଲଗା ହେବା ପରେ ମୋ ଦେହ ଖରାପ ହୋଇ ଯାଇଥିଲା । କିଛି ବର୍ଷ ବିନା କାମରେ ଜୀବନ ଅତିବାହିତ କରିଥିଲି । ମାତ୍ର ଇରଫାନ ମୋ ପସନ୍ଦର ପୁଅ ଥିଲେ । ତାଙ୍କ ବ୍ୟତୀତ କାହାକୁ ମୁଁ ଭଲ ପାଇନି । ଏହା ପରେ ସେ ଆଉ ଏକ ପୋଷ୍ଟରେ ଗୌତମ ଗମ୍ଭୀର ତାଙ୍କୁ ବାରମ୍ବାର କଲ କରୁଥିଲେ ବୋଲି ସେ ଲେଖିଛନ୍ତି । ଇରଫାନ ମୋର ସବୁ କଲ ଚେକ କରିଥାନ୍ତି । ୟୁସୁଫ ଭାଇ, ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟାଙ୍କ ଆଗରେ ସେ ଏହି କଥା ମଧ୍ୟ କହିଛନ୍ତି ।

ଏପରିକି ଅକ୍ଷୟ କୁମାର ମଧ୍ୟ ମୋ ପଛରେ ପଡିଥିଲେ ବୋଲି ପାୟଲ କହିଛନ୍ତି । ମୁଁ କେବଳ ଇରଫାନଙ୍କୁ ଭଲ ପାଏ । ନିକଟରେ ମହମ୍ମଦ ସାମୀଙ୍କୁ ସେ ବିବାହ କରିବେ ବୋଲି ସେ ଟୁଇଟ କରିଥିଲେ । ଏବେ ଏ ସମ୍ପର୍କରେ ସେ କହିଛନ୍ତି ମୁଁ କୌଣସି ସାମୀ, ବାମୀଙ୍କୁ ବିବାହ କରିବାକୁ ଚାହୁଁନି । ଶେଷରେ ସେ ଇରଫାନଙ୍କୁ ଟ୍ୟାଗ କରି ଆଉ ଏକ ଟୁଇଟ କରିଛନ୍ତି କେତେ ଦିନ ଆଉ ଚୁପ ହୋଇ ରହିବ । ଏଥର ମୁହଁ ଖୋଲ । ତେବେ ପାୟଲ ଶସ୍ତା ପ୍ରଚାର ପାଇଁ ଏ ଭଳି କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶଂସକମାନେ କହିଛନ୍ତି ।

Leave A Reply

Your email address will not be published.