ଆଡିଲେଡ: ଏଠାରେ ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତ ସେମିର ନିକଟତର ହୋଇଛି । କିଛି ଅବିଶ୍ୱସନୀୟ ଘଟଣା ନ ଘଟିଲେ ଭାରତ ସେମିରେ ପ୍ରବେଶ କରିବ । ବର୍ଷା ଯୋଗୁ ଏହି ମ୍ୟାଚରେ ଡକ୍ୱୱର୍ଥ ଲୁଇସ ନିୟମ ଲାଗୁ କରାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଚମତ୍କାର ଅପରାଜିତ ଅର୍ଦ୍ଧଶତକ(୬୪ରନ),କେଏଲ ରାହୁଲଙ୍କ ୫୦ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୩୦ ରନ ସହାୟତାରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା । ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ବ୍ୟାଟ୍ସମ୍ୟାନ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ୭ ଓଭରରେ ଦଳ ୬୬ ରନ ସଂଗ୍ରହ କରି ନେଇଥିଲା । ଏହା ପରେ ବର୍ଷା ହୋଇଥିଲା । ବର୍ଷା ଯୋଗୁ ବାଂଲାଦେଶ ସମ୍ମୁଖରେ ରିଭାଇଜଡ ଟାର୍ଗେଟ ୧୬ ଓଭରରେ ୧୫୧ ରନ ରଖାଯାଇଥିଲା ।
.@imVkohli bagged the Player of the Match award as #TeamIndia beat Bangladesh in Adelaide. 👌 👌
Scorecard ▶️ https://t.co/Tspn2vo9dQ#T20WorldCup | #INDvBAN pic.twitter.com/R5Qsl1nWmf
— BCCI (@BCCI) November 2, 2022
ଲିଟନ ଦାସ ୬୦ ରନ କରି ଆଉଟ ହେବା ପରେ ଭାରତୀୟ ବୋଲର ବାଂଲାଦେଶୀ ବ୍ୟାଟ୍ସମ୍ୟାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଶେଷ ଓଭରରେ ବିଜୟ ପାଇଁ ବାଂଲାଦେଶକୁ ୨୦ ରନ ଆବଶ୍ୟକ ହେଉଥିଲା । ଅର୍ଶଦୀପ ସିଂଙ୍କ ଏହି ଓଭରରେ ସେମାନେ ୧୪ ରନ କରିବାରେ ସଫଳ ହୋଇଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
Comments are closed.