Latest Odisha News

BREAKING NEWS

ଜିମ୍ବାୱେକୁ ୭୧ ରନରେ ହରାଇଲା ଭାରତ: ସେମିରେ ଇଂଲଣ୍ଡ ସହ ମୁକାବିଲା

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ସୁପର ୧୨ର ଶେଷ ମୁକାବିଲାରେ ଭାରତ ୭୧ ରନରେ ଜିମ୍ବାୱେକୁ ପରାସ୍ତ କରି ଟେବୁଲ ଟପର ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ୧୦ ନଭେମ୍ବରରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ । ଏହାର ପୂର୍ବ ଦିନ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ ଏକ ସେମିଫାଇନାଲ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବ (ସ୍କାଏ) ଏବଂ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ ହରାଇ ୧୮୬ ରନ କରିଥିଲା । ରାହୁଲ ୫୧ ଓ ସ୍କାଲ ୬୧ ରନ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୧୬ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରିଥିଲେ । ଜିମ୍ବାୱେ ପକ୍ଷରୁ ଶନ ୱିଲିୟମ୍ସ ୨ଟି ୱିକେଟ ନେଇଥିଲେ । ଜବାବରେ ଜିମ୍ବାୱେ ୧୭.୨ ଓଭରରେ ୧୧୫ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମୀ ୨ଟି ଲେଖାଁଏ ଏବଂ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ସିକନ୍ଦର ରାଜା ୩୪ ଓ ରାୟନ ବାର୍ଲ ୩୫ ରନର ଇନିଂସ ଖେଳିଥିଲେ ।

Leave A Reply

Your email address will not be published.