Latest Odisha News

BREAKING NEWS

ଧୋନୀଙ୍କ ଧୁଆଁଧାର ଇନିଂସରେ ଦିନିକିଆ ସିରିଜ ଜିତିଲା ଭାରତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରେ ପରାସ୍ତ କରି ଭାରତୀୟ କ୍ରିକେଟ ଦଳ ଐତିହାସିକ ବିଜୟ ହାସଲ କରିପାରିଛି । ବିରାଟ ବାହିନୀ ପକ୍ଷରୁ ବ୍ୟାଟିଂରେ ମହେନ୍ଦ୍ର ସିଂହ ଧୋନୀଙ୍କ ୮୭ ରନ ଏବଂ କେଦାର ଯାଦବଙ୍କ ପ୍ରଶଂସନୀୟ ୬୧ ରନ ତଥା ବୋଲିଂରେ ୟୁଜବେନ୍ଦ୍ର ଚହଲଙ୍କ ୬ଟି ୱିକେଟ ହାସଲ ଯୋଗୁଁ ଭାରତ ଏହି ଚୂଡ଼ାନ୍ତ ତଥା ନିର୍ଣ୍ଣାୟକ ଦିନିକିଆରେ କଙ୍ଗାରୁ ଦଳକୁ ଅନାୟଶରେ ୭ ୱିକେଟରେ ପରାସ୍ତ କରି ବିଜୟ ହାସଲ କରିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ୩ୟ ତଥା ଚୂଡ଼ାନ୍ତ ଦିନିକିଆରେ ବିଜୟ ହାସଲ ଲାଗି ୨୩୧ ଲକ୍ଷ୍ୟ ହାସଲ କରିବାକୁ ଭାରତ ୪୯.୨ ଓଭରରେ ମାତ୍ର ୩ଟି ୱିକେଟ ହରାଇ ୨୩୪ ରନ କରି ବିଜୟ ହାସଲ କରିଛି ।

ଭାରତ ପକ୍ଷରୁ ପୂର୍ବତନ କପ୍ତାନ ମହେନ୍ଦ୍ର ସିଂହ ଧୋନୀ ଚମତ୍କାର ଖେଳ ପ୍ରଦର୍ଶନ କରି ସର୍ବାଧିକ ୮୭ ରନ ସ୍କୋର କରିଥିବା ବେଳେ ବିରାଟ କୋହଲୀ ୪୬ ରନ ଏବଂ କେଦାର ଯାଦବ ପ୍ରଶଂସନୀୟ ୬୧ ରନ ସ୍କୋର କରିଛନ୍ତି । ଶିଖର ଧାୱନ ୨୩ ରନ ଏବଂ ରୋହିତ ଶର୍ମା ୯ ରନ ସ୍କୋର କରିପାରିଛନ୍ତି ।

ମେଲବୋର୍ଣ୍ଣର ଏମସିଜି ଷ୍ଟାଡ଼ିୟମରେ ଭାରତୀୟ କପ୍ତାନ ବିରାଟ କୋହଲୀ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଭାରତୀୟ ବୋଲରମାନେ ଘାସୁଆ ପିଚର ସଦୁପଯୋଗ ତଥା ବାଉନସିଂର ସୁଯୋଗ ନେଇଥିଲେ । ଅଷ୍ଟ୍ରେଲିଆର ୧୦୦ ରନ ମଧ୍ୟରେ ମୂଲ୍ୟବାନ ୩ଟି ୱିକେଟ ହାସଲ କରିପାରିଥିଲେ ଭାରତୀୟ ବୋଲର୍ । ଅଷ୍ଟ୍ରେଲିଆ ପକ୍ଷରୁ ପିଟର୍ ହ୍ୟାଣ୍ଡସ୍କମ୍ବ ସର୍ବାଧିକ ୫୮ ରନ, ସନ୍ ମାର୍ଶ ୩୯, ଉସମାନ ଖ୍ୱାଜା ୩୪ ରନ ସ୍କୋର କରିପାରିଥିଲେ । କଙ୍ଗାରୁ ଦଳ ୪୮.୪ ଓଭରରେ ଅଲଆଉଟ ହୋଇ ମୋଟ ୨୩୦ ରନ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା ।

ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୬ଟି ୱିକେଟ, ଭୁବନେଶ୍ୱର କୁମାର ୨ଟି ଏବଂ ମହମ୍ମଦ ସାମି ୨ଟି ୱିକେଟ ହାସଲ କରିପାରିଛନ୍ତି ।

ଭାରତ ଏହି ମ୍ୟାଚ ଜିତିବା ସହିତ ୨-୧ ବ୍ୟବଧାନରେ ଦିନିକିଆ ସିରିଜ ବିଜୟୀ ହୋଇଛି । ବୋଲିଂରେ ୬ଟି ୱିକେଟ ହାସଲ କରିଥିବା ଭାରତୀୟ ବୋଲର୍ ୟୁଜବେନ୍ଦ୍ର ଚହଲଙ୍କୁ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ କରାଯାଇଛି । ତେବେ ଧୂରୀଣ ଧୂରନ୍ଧର କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନୀ ‘ପ୍ଲେୟାର ଅଫ ଦି ସିରିଜ୍’ ଘୋଷିତ ହେବା ଦ୍ୱାରା ତାଙ୍କର ଅଗଣିତ ଫ୍ୟାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ ଦଳ: ରୋହିତ ର୍ଶମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହନେ୍ଦ୍ର ସିଂହ ଧୋନି, କଦୋର ଯାଦବ, ଦୀନଶେ କାର୍ତ୍ତିକ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦଜୋ, ଭୁବନଶେ୍ୱର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ।

Leave A Reply

Your email address will not be published.