Latest Odisha News

BREAKING NEWS

ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ବର୍ମିଂହାମ୍: ବିଶ୍ୱକପରେ ଭାରତ ଲାଗି ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଭାରତୀୟ କପ୍ତାନ ବିରାଟ କୋହଲୀ ବାଂଲାଦେଶ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ବିଶାଳ ସ୍କୋର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଆଜି ବ୍ୟାଟିଂ କରୁଛି । ଦଳ ୩୫୦ ରନ କରିପାରିଲେ ବାଂଲାଦେଶ ଦଳକୁ ଆରାମରେ ପରାସ୍ତ କରି ସେମିଫାଇନାଲ୍ ରାସ୍ତା ପରିଷ୍କାର କରିପାରିବ । ବାଂଲାଦେଶ ବିପକ୍ଷରେ ଅଧିନାୟକ ବିରାଟ ନୂତନ ରଣ କୌଶଳ ଅବଲମ୍ବନ କରିବେ ।

ଦଳରେ ଆଜି ଅତିରିକ୍ତ ବ୍ୟାଟ୍ସମ୍ୟାନ ଭାବେ ଡ଼ିନେଶ କାର୍ତ୍ତିକ ଖେଳୁଥିବା ବେଳେ ରୁଷଭ ପନ୍ଥ ପୁଣି ଦଳରେ ସ୍ଥାନ ପାଇଛନ୍ତି । ଅଭିଜ୍ଞ ଡ଼ିନେଶ କାର୍ତ୍ତିକ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପରେ ପୂର୍ବାପେକ୍ଷା ବ୍ୟାଟିଂ ଲାଇନ ଅପ୍ ଶକ୍ତିଶାଳୀ ମନେହେଉଛି ।

ଅଭିଜ୍ଞ ପେସ୍ ବୋଲର୍ ଭୁବନେଶ୍ୱର କୁମାର ଦଳରେ ସ୍ଥାନ ପାଇଛନ୍ତି । ମହମ୍ମଦ ସାମି, ଭୁବନେଶ୍ୱର କୁମାର, ବୁମରା ଏବଂ ହାର୍ଦ୍ଧିକ ପେସ୍ ଦାୟିତ୍ୱ ସମ୍ଭାଳୁଥିବା ବେଳେ ଚହଲ ଏକମାତ୍ର ସ୍ପିନର୍ ଭାବେ ବୋଲିଂ ସମ୍ଭାଳିବେ ।

ରୋହିତ ଶର୍ମା ଓ କେ ଏଲ୍ ରାହୁଲ୍ ଏବେ କ୍ରିଜରେ ବ୍ୟାଟିଂ କରୁଥିବା ବେଳେ ୨୨ ଓଭରରେ କୌଣସି ୱିକେଟ ନହରାଇ ଭାରତ କରିଛି ୧୫୦ ରନ ।

Leave A Reply

Your email address will not be published.