Latest Odisha News

ସବୁଠାରୁ ବଡ ଡିଲ୍: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ୮୩ ତେଜସ୍ ବିମାନ ଡିଲ୍ ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ: ୮୩ ତେଜସ ଲାଇଟ କମ୍ବାଟ ବିମାନ (Tejas LCA) ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ସରକାର । ବେଙ୍ଗାଳୁରୁରେ ଆୟୋଜିତ ଏରୋ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଏହି ଔପଚାରିକ ପ୍ରକ୍ରିୟା ହୋଇଛି । ଏହି ବିମାନ ହିନ୍ଦୁସ୍ଥାନ ଇରୋନେଟିକ୍ସ ଲିମିଟେଡ଼ ନିର୍ମାଣ କରିବ । ଖାସ କଥା ହେଲା ଏହାକୁ ସ୍ବଦେଶୀ ମିଲିଟାରୀ ଏଭିଏସନ ସେକ୍ଟରର ସବୁଠାରୁ ବଡ ଡିଲ ବୋଲି କୁହାଯାଉଛି । ବୁଧବାର ଦିନ ଏରୋ ଇଣ୍ଡିଆ ଶୋ’ ମଧ୍ୟ ଆରମ୍ଭ ହୋଇଛି ।

ରକ୍ଷା ମନ୍ତ୍ରାଳୟର ମହାସଚିବ ବିଏଲ କାନ୍ତାରାଓଙ୍କ ତରଫରୁ ଏଚଏଏଲ ଏମଡି ଆର ମାଧବନଙ୍କୁ କଣ୍ଟ୍ରାକ୍ଟ ଦିଆଯାଇଛି । HAL ତରଫରୁ ନିର୍ମାଣ ହେଉଥିବା ତେଜସ ଏକ ସିଙ୍ଗଲ ଇଞ୍ଜିନ ବିମାନ । ଏହା ମଲ୍ଟି ରୋଲ ସୁପରସୋନିକ ଯୁଦ୍ଧ ବିମାନ । ଏହା ଗମ୍ଭୀର ବାୟୁ ବାତାବରଣରେ କାମ କରିବାକୁ ସକ୍ଷମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ଗତ ମାସରେ ୭୩ ତେଜସ Mk-IA ବିମାନ ଏବଂ 10 LCA ତେଜସ Mk-I ଟ୍ରେନର ଏୟାରକ୍ରାଫ୍ଟ ଡିଲକୁ ମଞ୍ଜୁରୀ ଦେଇଥିଲେ । ଏହାଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ଆହୁରି ମଜବୁତ ହେବ ।

Leave A Reply

Your email address will not be published.