Latest Odisha News

BREAKING NEWS

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯିବା ପରେ କ୍ଷମା ମାଗିଲେ ଆକାଶ ଏୟାର କମ୍ପାନି

ନୂଆଦିଲ୍ଲୀ : ଏକ ମାସରୁ କମ ସମୟ ପୂର୍ବରୁ ଆରମ୍ଭ ହୋଇଥିବା ଆକାଶ ଏୟାରର ଯାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇଛି । ତଥ୍ୟ ଚୋରି ହେବା ପରେ ଯାତ୍ରୀ ମାନଙ୍କ ନାମ, ଲିଙ୍ଗ, ଇ ମେଲ , ଠିକଣା  ଓ ଫୋନ ନମ୍ୱରକୁ ସ୍ୱୀକୃତି ନଥିବା ଲୋକ ଦେଖିପାରିଥିଲେ ।

ଏହି ଘଟଣା ପରେ ଆକାଶ ଏୟାର କମ୍ପାନି ଯାତ୍ରୀ ମାନଙ୍କୁ କ୍ଷମାପାର୍ଥନା କରିଛନ୍ତି  । ଏ ସମ୍ପର୍କରେ କମ୍ପାନି ନିଜ ଆଡୁ ସରକାରଙ୍କ ସାଇବର ନିରାପତ୍ତା ସଂସ୍ଥା ‘ସିଇଆରଟି ଇନ’ କୁ ଅବଗତ କରାଇଥିଲେ । କମ୍ପାନି ପକ୍ଷରୁ କୁହାଯାଇଛି କି ଅଗଷ୍ଟ ୨୫ ତାରିଖରେ ଲଗ ଇନ ଓ ସାଇନ ଅପ ରେ ସମସ୍ୟା ଦେଖାଯାଇଥିଲା  । ଏପରି ତୃଟି ଜାଣିବା ପରେ କମ୍ପାନି ତୁରନ୍ତ ସମ୍ପୃର୍ଣ୍ଣ ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲା ।

ଅଗଷ୍ଟ ୭ତାରିଖରେ କମ୍ପାନିର ପ୍ରଥମ ବିମାନ ମୁମ୍ୱଇ ରୁ ଅହମ୍ମଦାବା ଯାତ୍ରା କରିଥିଲା । ଆକାଶ ଏୟାର ହେଉଛି ଦେଶର ସବୁଠୁ କନିଷ୍ଠ ବିମାନ କମ୍ପାନି  । ଦେଶର ବିଶିଷ୍ଟ ଷ୍ଟକ ବଜାର ନିବେଶକ ରାକେଶ ଝୁନଝୁନୱାଲାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା କମ୍ପାନି  ଯାହାଙ୍କର ନିକଟରେ ଦେହାନ୍ତ ହୋଇଯାଇଥିଲା  ।

Leave A Reply

Your email address will not be published.