Latest Odisha News

BREAKING NEWS

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ: ଜମ୍ମୁ-କାଶ୍ମୀରର ରିୟାସି ଠାରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଉଭୟ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା ସକାଳ ୧୧ଟା ୩୦ରେ ଘଟିଥିଲା । ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି । ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଗତବର୍ଷ ଅକ୍ଟୋବର ମାସରେ ଉତ୍ତରାଂଚଳ କମାଣ୍ଡର ଜେନେରାଲ ରଣବୀର ସିଂହ ଓ ଅନ୍ୟ ଅଧିକାରୀଙ୍କୁ ନେଇକି ଯାଉଥିବା ଭାରତୀୟ ସ୍ଥଳସେନାର ଏକ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜାମ୍ମୁ-କାଶ୍ମୀର ପୁଂଚ୍ଛ ଠାରେ ଜରୁରୀ ଅବତରଣ କରିଥିଲା । ସେଥିରେ ରଣବୀର ସିଂହଙ୍କ ସହ ୬ଜଣ ଅଧିକାରୀ ଥିଲେ । ଏହା ପୂର୍ବରୁ ସେପ୍ଟେମ୍ବର ୨୦୧୯ରେ ଭୁଟାନରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ସେଥିରେ ଦୁଇ ପାଇଳଟ ସହିଦ ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ଭାରତୀୟ ସେନାର ଜଣେ ପାଇଲଟ ମଧ୍ୟ ସହିଦ ହୋଇଥିଲେ ।

Leave A Reply

Your email address will not be published.