Latest Odisha News

BREAKING NEWS

ଡ୍ରାଗନ ଚାଲକୁ ରୋକିବା ପାଇଁ ଭାରତର ନୂଆ ଚକ୍ରବ୍ୟୁହ ଟନେଲ ଡିଫେନ୍ସ

ଲଦାଖ:ଭାରତ-ଚୀନ ବିବାଦ ଥମିବାର ନାମ ନେଉ ନାହିଁ । ଚୀନ ବାହାରକୁ ଶାନ୍ତି ପ୍ରକ୍ରିୟା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଭିତରେ ଷଡଯନ୍ତ୍ର ରଚୁଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଚୀନର ଚାଲାକିକୁ ରୋକିବା ପାଇଁ ଭାରତ ଟନେଲ ଡିଫେନ୍ସ ରଣନୀତି ଆପଣାଇଛି । ଜାପାନ ବିପକ୍ଷରେ ଚୀନ ଏହି ରଣନୀତି ଆପଣାଇଥିଲା ।

ଚୀନ ସେନା ଭାରତ ସୀମାରେ ଏୟାରକ୍ରାଫ୍ଟ ନିୟୋଜିତ କରିବା ପାଇଁ ଟନେଲ ନିର୍ମାଣ କରୁଛି । ସେହିପରି ଦକ୍ଷିଣ ଚୀନ ସାଗରରେ ହେନାନ ଟାପୁରେ ନ୍ୟୁକ୍ଲିୟର ବ୍ୟାଲେଷ୍ଟିକ ସବମରୀନ ରଖିବା ପାଇଁ ମଧ୍ୟ ଅଣ୍ଡରଗ୍ରାଉଣ୍ଡରେ ବ୍ୟବସ୍ଥା କରୁଛି । ଏହାର ଜବାବରେ ଭାରତ ସେନା ହ୍ୟୁମ ରିଇନଫୋର୍ସଡ କନକ୍ରିଟ ପାଇପ୍ସ ଗଠନ କରିଛି । ଏହା ମଧ୍ୟରେ ଯବାନ ନିଜକୁ ସୁରକ୍ଷିତ ରଖିବା ସହ ଆବଶ୍ୟକ ପଡିଲେ ଆକ୍ରମଣ କରିପାରିବ । ସେହିପରି ଅଣ୍ଡରଗ୍ରାଉଣ୍ଡରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ ।

Leave A Reply

Your email address will not be published.