Latest Odisha News

BREAKING NEWS

ମହାରାଷ୍ଟ୍ରରେ ପୁଣି ହେବ ଲକଡାଉନ୍ ! ଉପମୁଖ୍ୟମନ୍ତ୍ରୀ କହିଲେ ୮-୧୦ ଦିନ ଭିତରେ ନିଷ୍ପତ୍ତି

ରାଜଧାନୀ ଦିଲ୍ଲୀ ପରେ ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏବେ ବି ଦୈନିକ ୫ରୁ ୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଶନିବାର ୫ ହଜାର ୭୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ କରୋନାର ସେକେଣ୍ଡ ୱେଭ ଆସିବା ଅନୁମାନ କରାଯାଉଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଦିୱାଲୀ ସମୟରେ ଦୋକାନରେ ଭିଡ ଯୋଗୁ ସଂକ୍ରମଣ ବଢିଛି । ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ସ୍ଥିତି ନେଇ ସମୀକ୍ଷା କରାଯିବ । ସମୀକ୍ଷା ପରେ ଲକଡାଉନ୍ ନେଇ ନିଷ୍ପତ୍ତି ନିଆଯାଇପାରେ ।

ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲିବା ନେଇ ଅନେକ ନିୟନ କରାଯାଇଛି । ସାନିଟାଇଜ୍ କରିବା ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ବ ଦିଆଯିବ । ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୭୪ ହଜାର ୪୫୫ରେ ପହଞ୍ଚିଛି । ରାଜ୍ୟରେ ୪୬ ହଜାର ୫୭୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଲାଣି । ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୪୭ ହଜାର ୪ ଜଣ ଆରୋଗ୍ୟ ଲାଭ କରିସାରିଲେଣି । ରାଜ୍ୟରେ ପାଖାପାଖି ୮୦ ହଜାର ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.