Latest Odisha News

ଭାରତୀୟ ସେନା ତିଆରି କଲେ ସ୍ବଦେଶୀ ଆପ୍ ‘ସିକ୍ରେଟ୍ ସ୍ବଦେଶୀ ଆପ୍ ସାଇ’

ନୂଆଦିଲ୍ଲୀ: ଭାରତୀୟ ସେନା ନିଜ ବ୍ୟବହାର ପାଇଁ ଏକ ମେସେଜିଙ୍ଗ୍ ଆପ୍ ଡେଭେଲପ୍ କରିଛନ୍ତି ଯାହାର ନାଁ ସିକ୍ୟୋର ଆପ୍ଲିକେସନ୍ ଫର୍ ଇଣ୍ଟରନେଟ୍ ଅର୍ଥାତ ‘ସାଇ’ । ସେନା ଏପ୍ରିଲ ୧ ତାରିଖରୁ ଏହି ଆପ ବ୍ୟବହାର କରିବେ । ଏହି ଆପ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଆପକୁ ଟକ୍କର ଦେବ ବୋଲି କୁହାଯାଉଛି । ଏଥିରେ ଆଣ୍ଡ ଟୁ ଆଣ୍ଡ ଭଏସ୍, ଟେକ୍ସଟ ଓ ଭିଡିଓ କଲିଂ ସୁବିଧା ରହିଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ୨୦୨୦ ଅକ୍ଟୋବରରେ ‘ସାଇ’ ଆପ୍ ସମ୍ପର୍କରେ ଘୋଷଣା କରି କହିଥିଲେ ଯେ ଏହି ଏଣ୍ଡ୍ରଏଡ୍ ଆପରେ ସିକ୍ୟୁରିଟି ଫିଚର୍ ବହୁତ କଡା । ଏହା ଲୋକାଲ ଇନ୍ ହାଉସ୍ ସର୍ଭର୍ ଓ କୋଡ୍ସ ଉପରେ ଆଧାରିତ ଯାହାକୁ ଦରକାର ପଡିଲେ ବଦଳାଇ ହେବ ଏବଂ ରଦ୍ଦ ବି କରାଯାଇ ପାରିବ। ଆର୍ମିର ସାଇବର୍ ଗ୍ରୁପ୍ ଓ CERT-in ଅଡିଟର୍ ଏହି ଆପ୍ ସଂଶୋଧନ କରିଛନ୍ତି ।

ଏହି ଆପ ସେନା ଭିତରେ ବ୍ୟବହାର କରାଯିବ ଯେପରି ସୁରକ୍ଷିତ ଭାବେ ଏହାକୁ ବ୍ୟବହାର କରାଯାଇ ପାରିବ । ଏହି ଆପର IOS ଡେଭେଲପମେଣ୍ଟ କାମ ଚାଲିଛି । ଏହି ଆପକୁ କର୍ଣ୍ଣଲ୍ ସାଇ ଶଙ୍କର ଡେଭେଲପ କରୁଛନ୍ତି । ଏହା ହ୍ୱାଟ୍ସଆପ, ଟେଲିଗ୍ରାମ ଓ ସିଗ୍ନାଲ ଭଳି ଆପର ସୁରକ୍ଷିତ ବିକଳ୍ପ ବୋଲି କୁହାଯାଉଛି ।

ଜୁଲାଇରେ ପାଖାପାଖି ୮୯ ଆପ୍ ନିଜ ମୋବାଇଲରୁ ହଟାଇବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ସେନାରେ ହ୍ୱାଟ୍ସଆପ ଅଧିକ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏପରିକି ଭାରତୀୟ ଶସ୍ତ୍ରବଳଙ୍କୁ ବେସ ଓ ଡକୟାର୍ଡ଼ରେ ସ୍ମାର୍ଟଫୋନ ବ୍ୟବହାର ନ କରିବାକୁ କୁହାଯାଇଥିଲା।

ଏହାପରେ ଭାରତୀୟ ସେନା ‘ସାଇ’ ଆପ ଡେଭେଲପ କରିଛି । ଏହି ଆପ୍ ଅଧିକ ସୁରକ୍ଷିତ ।

Leave A Reply

Your email address will not be published.