Latest Odisha News

ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ

ଶ୍ରୀନଗର: ପଡୋଶୀ ଦେଶ ବିଶେଷ କରି ପାକିସ୍ତାନ ପକ୍ଷରୁ ଏଲଓସିରେ କରାଯାଉଥିବା ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଆରମ୍ଭ କରିଦେଇଛି । ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଜମ୍ମୁ ଏବଂ କଶ୍ମୀରରେ ଲାଇଟ ଇନଫାଂଟରିଂରେ ୪୬୦ ଯବାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଶନିବାର ଜମ୍ମୁରେ ଜେଏକେ ଏଲଆଇ ରେଜିମେଂଟର କଲନେଲ ଲେଫ୍ଟନାଂଟ ଜେନେରାଲ ଏମକେ ଦାସ ଏହା କହିଛନ୍ତି ।

BjdElectrycity

ଡ୍ରୋନ ଆକ୍ରମଣର ମୁକାବିଲା ଏବଂ ଏହାକୁ କିପରି ଗୁଳି କରି ଖସାଯିବ ସେ ନେଇ ଏଥିରେ ପ୍ରଶିକ୍ଷଣ ଦିଆଯିବ । ବିଜ୍ଞାନ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ମୁକାବିଲା ସାଇବର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସମୟ ଉପନୀତ ହୋଇଛି ବୋଲି ଦାସ କହିଛନ୍ତି ।

Leave A Reply

Your email address will not be published.