Latest Odisha News

BREAKING NEWS

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ମାଲକାନଗିରି : ମାଲକାନଗିରି ଗସ୍ତରେ ରାଜ୍ୟ ବିଜେପିର ସମ୍ପାଦକୀୟ ଟିମ୍ । ସାଧାରଣ ସମ୍ପାଦକ ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରବିନାରାୟଣ ନାୟକ ଓ ସମ୍ପାଦକ ଟଙ୍କଧର ତ୍ରିପାଠୀ ମାଲକାନଗିରି ଗସ୍ତରେ ଆସି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।ଅଗଷ୍ଟ ମାସ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡକୁ କେବଳ ନିର୍ବଚନୀ ପ୍ରଚାର କାର୍ଡ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଟିମ୍ ।

ମାଲକାନଗିରି ଜିଲ୍ଲାରେ ୧୯୭ ଟି ଡାକ୍ତର ପଦବୀ ରହିଥିବା ବେଳେ ୯୧ ଟି ଜାଗାରେ ଡାକ୍ତର ପଦବୀ ଖାଲି ପଡ଼ିଛି । ଅନ୍ୟପଟେ ୨୯୪ ଟି ଷ୍ଟାପ ନର୍ସ ପଦବୀ ଥିବା ବେଳେ ୧୨୪ଟି ଷ୍ଟାପ ନର୍ସ ପଦବୀ ଖାଲି ରହିଛି। କହିବାକୁ ଗଲେ ମାଲକାନଗିରିର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଫଳରେ ଜିଲ୍ଲା ବାସୀ ଅସୁବିଧାରେ ପଡୁଛନ୍ତି  ।

ବିଜୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ କାମ କରୁନଥିବା ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି।ଏହା ସହ ରବିନାରାୟଣ ନାୟକ ମଧ୍ୟ ଜିଲ୍ଲାର ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନ ଭଳି ପ୍ରମୁଖ ମୌଳିକ ସମସ୍ୟାକୁ ଓଡ଼ିଶା ସରକାର ପୁରଣ କରିବେ ବିଫଳ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Leave A Reply

Your email address will not be published.