Latest Odisha News

ଭାରତ ଆମେରିକାଠାରୁ ୨୦୦ଟି ଆରକ୍ୟୁ-୧୧, ଇସ୍ରାଏଲରୁ ସ୍କାଇକ୍ ଫାୟାରଫ୍ଲାଏ ଆମୁନିସନ କ୍ରୟ କରିବ

ନୂଆଦିଲ୍ଲୀ: ଚୀନର ଦୁଃସାହସ ପରେ ଭାରତ ଏହାର କଡା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ କରିଛି । ଭାରତୀୟସେନା ଏବେ ନିଜର ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି । ଏହି କ୍ରମରେ ସିଏ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧ ଚାଳକ ରହିତ ବିମାନ ଏବଂ ଇସ୍ରାଏଲ ଠାରୁ ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ କ୍ରୟ କରିବାକୁ ଯାଉଛି । ଆମେରିକା ଠାରୁ ଭାରତ ଯେଉଁ ଡ୍ରୋନ କ୍ରୟ କରିବାକୁ ଯାଉଛି, ତାହା ଆକାଶରେ ୫୦୦ ଫୁଟ ଉଚ୍ଚରେ ଏବଂ ୧୦ କିମି ଯାଏଁ ଉଡ଼ିପାରିବ । ଏହା ଘଣ୍ଟାକୁ ୯୫ କିମି ବେଗରେ ଗତି କରିପାରିବ । ସେହିପରି ଇସ୍ରାଏଲ ଠାରୁ  ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ କିଣିବାକୁ ଯାଉଛି । ସେନାକୁ ମିଳିଥିବା ଜରୁରୀକାଳୀନ ଆର୍ଥିକ କ୍ଷମତାର ଉପଯୋଗ କରି ଏହା କ୍ରୟ କରାଯିବ । ଏକ କିମି ଦୂରତା ଭିତରେ ଥିଲେ ମଧ୍ୟ ଆଖିକୁ ଦୃଶ୍ୟମାନ ହେଉନଥିବା ଟାର୍ଗେଟଗୁଡିକୁ ଧ୍ୱଂସ କରିବା ପାଇଁ ଏହାକୁ ବ୍ୟବହାର କରାଯିବ । ଏହି ଅସ୍ତ୍ରର ବିଶେଷତା ହେଉଛି କି ଏହା ଆକାଶମାର୍ଗରେ କିଛି ସମୟ ଝୁଲିବା ଅବସ୍ଥାରେ ରହି ଶତ୍ରୁ ଟାର୍ଗେଟର ଅବସ୍ଥିତି ଏବଂ ଗତିବିଧି ବାରିପାରିବ ଓ ପରେ ସେଥିରେ ମାଡ଼ ହୋଇପାରିବ । ଯଦି ଶତ୍ରୁ ଟାର୍ଗେଟ ଏକ କିମି ଦୂରତା ବାହାରକୁ ଚାଲିଯାଇଥାଏ, ତାହାହେଲେ ଏହାକୁ ପୁନଶ୍ଚ ନିଜର ଘାଟିକୁ ଫେରାଇ ଅଣାଯାଇପାରିବ ।

Comments are closed.