ନୂଆଦିଲ୍ଲୀ: ଭାରତୀୟ ସେନାର ଏକ ଚିତା ହେଲିକାପ୍ଟର ଶୁକ୍ରବାର ଦିନ ଭୁଟାନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ସେନା ଓ ରୟାଲ ଭୁଟାନ ଆର୍ମିର ଜଣେ ପାଇଲଟ ନିହତ ହୋଇଥିବା ସୂଚନା ମିଳିଛି ।
ଭାରତୀୟ ସେନାର ମୁଖପାତ୍ର କର୍ଣ୍ଣେଲ୍ ଅମଲ୍ ଆନନ୍ଦଙ୍କ କହିବା ଅନୁଯାୟୀ, ଆଜି ଦିନ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଅରୁଣାଚଳ ପ୍ରଦେଶର ଖିମୁ ଠାରୁ ୟୋଙ୍ଗଫୁଲା ଯାଉଥିବା ସମୟରେ ହେଲିକପ୍ଟରର ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉକ୍ତ ଅଞ୍ଚଳରେ ପ୍ରବଳ କୁହୁଡି ହୋଇଥିବାରୁ ଭଲ ଭାବେ ଦେଖି ହେଉ ନଥିଲା । ଏଥିଯୋଗୁଁ ହେଲିକାପ୍ଟର ପାହାଡରେ ପିଟିହୋଇଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି ।