ନୂଆଦିଲ୍ଲୀ: ଆଉ ନାହାନ୍ତି ଫ୍ଲାଇଂ ଶିଖ୍ । ଟ୍ରାକରେ ଅନେକ ରେସ୍ ଜିତିଥିବା ପ୍ରଖ୍ୟାତ ଧାବକ ମିଲଖା ସିଂହ ଜୀବନର ରେସ୍ ହାରି ଯାଇଛନ୍ତି । କରୋନା ସଂକ୍ରମିତ ପରେ ଚିକିତ୍ସାଧୀନ ଅବସ୍ଥାରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଆଜି ନାହାନ୍ତି ସତ, ତାଙ୍କର କୀର୍ତ୍ତି ସବୁଦିନ ସ୍ମରଣୀୟ କରି ରଖିବ । କମନଓ୍ୱେଲଥ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିବା ପ୍ରଥମ ଭାରତୀୟ ଥିଲେ । ୧୯୬୦ରେ ରୋମ୍ ଅଲିମ୍ପିକ୍ ଓ ୧୯୬୪ରେ ଟୋକିଓ ଅଲିମ୍ପିକରେ ପ୍ରତିନିଧିତ୍ୱ କରିଥିଲେ ମିଲଖା ସିଂ ।

୧୯୬୦ ରୋମ୍ ଅଲିମ୍ପିକରେ ସେ ପୂର୍ବ ଅଲିମ୍ପିକରେ ଥିବା କିର୍ତ୍ତୀମାନ ଭାଙ୍ଗିଥିଲେ । ପଦକ ଜିତି ନଥିଲେ ବି ଜାତୀୟସ୍ତରରେ ନୂଆ ରେକର୍ଡ କରିଥିଲେ । ୪୦୦ ମିଟର ରେସରେ ଚତୁର୍ଥ ସ୍ଥାନରେ ରହିଥିଲେ ମିଲଖା ସିଂହ । ଏଥିପାଇଁ ୪୫.୯୩ ସେକେଣ୍ଡ ନେଇଥିଲେ । ଏହି ରେକର୍ଡ ୪୦ ବର୍ଷ ଯାଏ ଅତୁଟ ରହିଥିଲା ।

କମନଓ୍ୱେଲ୍ ଗେମସ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ହାତେଇଥିବା ଏକମାତ୍ର ଭାରତୀୟ କ୍ରୀଡ଼ାବିତ ଥିଲେ । ୨୦୧୦ରେ କ୍ରିଷ୍ଣା ପୁନିଆ ଡିସକସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ୧୯୫୮ ଓ ୧୯୬୨ ଏସୀୟ କ୍ରୀଡ଼ାରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ମିଲଖା ସିଂହ । ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିଛନ୍ତି । ଅନେକ ମେଡାଲ୍ ପାଇଛନ୍ତି ।

ଏସୀୟ କ୍ରୀଡ଼ାରେ ୪ଟି ସ୍ୱର୍ଣ୍ଣ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଟିଏ ସ୍ୱର୍ଣ୍ଣ ପଦକ ତାଙ୍କ ନାଁରେ ରହିଛି । କ୍ରୀଡ଼ା ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ୧୯୫୯ରେ ତାଙ୍କୁ ପଦ୍ମ ସମ୍ମାନରେ ସମ୍ମାନତ କରାଯାଇଥିଲା । ମିଲଖା ସିଂହ କହୁଥିଲେ ଦୁନିଆ ଛାଡ଼ିବା ଆଗରୁ ଆଥଲେଟିକ୍ସରେ ଭାରତ ଅଲିମ୍ପିକ ମେଡାଲ୍ ଜିତିବା ସେ ଦେଖିବାକୁ ଚାହୁଁଥିଲେ । ଏହି ସ୍ୱପ୍ନ ତାଙ୍କର ଅଧୁରା ରହିଗଲା । ଦୁନିଆକୁ ଅଲବିଦା କହିଲେ ଫ୍ଲାଇଂ ଶିକ୍ ।
BREAKING NEWS
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
- ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…
- ୬୪ ଚାଲର ମହାରଥୀ ବିଶ୍ୱନାଥନ କିଟରେ ଉଦଘାଟନ କଲେ ଚେସ ମହାକୁମ୍ଭ
- ଓଡ଼ିଶାରେ ବକ୍ସାଇଟ୍ ସନ୍ଧାନ ଏବଂ ଅନୁସନ୍ଧାନ; ସାଟେଲାଇଟ୍ ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଆଇଆଇଟି ଭୁବନେଶ୍ୱର ପୁରସ୍କୃତ
- ହ୍ରିତିକ ଅଭିନୀତ କାବିଲ ଫିଲ୍ମର ସୀକ୍ୱେଲ ନେଇ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲେ ନିର୍ଦ୍ଦେଶକ
- Byasakabi Fakir Mohan Odia Bhasha Samman: ଡ଼. ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ
Comments are closed.