ନୂଆଦିଲ୍ଲୀ: ଆଉ ନାହାନ୍ତି ଫ୍ଲାଇଂ ଶିଖ୍ । ଟ୍ରାକରେ ଅନେକ ରେସ୍ ଜିତିଥିବା ପ୍ରଖ୍ୟାତ ଧାବକ ମିଲଖା ସିଂହ ଜୀବନର ରେସ୍ ହାରି ଯାଇଛନ୍ତି । କରୋନା ସଂକ୍ରମିତ ପରେ ଚିକିତ୍ସାଧୀନ ଅବସ୍ଥାରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଆଜି ନାହାନ୍ତି ସତ, ତାଙ୍କର କୀର୍ତ୍ତି ସବୁଦିନ ସ୍ମରଣୀୟ କରି ରଖିବ । କମନଓ୍ୱେଲଥ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିବା ପ୍ରଥମ ଭାରତୀୟ ଥିଲେ । ୧୯୬୦ରେ ରୋମ୍ ଅଲିମ୍ପିକ୍ ଓ ୧୯୬୪ରେ ଟୋକିଓ ଅଲିମ୍ପିକରେ ପ୍ରତିନିଧିତ୍ୱ କରିଥିଲେ ମିଲଖା ସିଂ ।

୧୯୬୦ ରୋମ୍ ଅଲିମ୍ପିକରେ ସେ ପୂର୍ବ ଅଲିମ୍ପିକରେ ଥିବା କିର୍ତ୍ତୀମାନ ଭାଙ୍ଗିଥିଲେ । ପଦକ ଜିତି ନଥିଲେ ବି ଜାତୀୟସ୍ତରରେ ନୂଆ ରେକର୍ଡ କରିଥିଲେ । ୪୦୦ ମିଟର ରେସରେ ଚତୁର୍ଥ ସ୍ଥାନରେ ରହିଥିଲେ ମିଲଖା ସିଂହ । ଏଥିପାଇଁ ୪୫.୯୩ ସେକେଣ୍ଡ ନେଇଥିଲେ । ଏହି ରେକର୍ଡ ୪୦ ବର୍ଷ ଯାଏ ଅତୁଟ ରହିଥିଲା ।

କମନଓ୍ୱେଲ୍ ଗେମସ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ହାତେଇଥିବା ଏକମାତ୍ର ଭାରତୀୟ କ୍ରୀଡ଼ାବିତ ଥିଲେ । ୨୦୧୦ରେ କ୍ରିଷ୍ଣା ପୁନିଆ ଡିସକସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ୧୯୫୮ ଓ ୧୯୬୨ ଏସୀୟ କ୍ରୀଡ଼ାରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ମିଲଖା ସିଂହ । ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିଛନ୍ତି । ଅନେକ ମେଡାଲ୍ ପାଇଛନ୍ତି ।

ଏସୀୟ କ୍ରୀଡ଼ାରେ ୪ଟି ସ୍ୱର୍ଣ୍ଣ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଟିଏ ସ୍ୱର୍ଣ୍ଣ ପଦକ ତାଙ୍କ ନାଁରେ ରହିଛି । କ୍ରୀଡ଼ା ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ୧୯୫୯ରେ ତାଙ୍କୁ ପଦ୍ମ ସମ୍ମାନରେ ସମ୍ମାନତ କରାଯାଇଥିଲା । ମିଲଖା ସିଂହ କହୁଥିଲେ ଦୁନିଆ ଛାଡ଼ିବା ଆଗରୁ ଆଥଲେଟିକ୍ସରେ ଭାରତ ଅଲିମ୍ପିକ ମେଡାଲ୍ ଜିତିବା ସେ ଦେଖିବାକୁ ଚାହୁଁଥିଲେ । ଏହି ସ୍ୱପ୍ନ ତାଙ୍କର ଅଧୁରା ରହିଗଲା । ଦୁନିଆକୁ ଅଲବିଦା କହିଲେ ଫ୍ଲାଇଂ ଶିକ୍ ।
BREAKING NEWS
- ଅରଡେଇ ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ – ମୁଖ୍ୟମନ୍ତ୍ରୀ
- ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କ ସୁନାମି: ହାଇଦ୍ରାବାଦ ବିପକ୍ଷରେ ଚମକପ୍ରଦ ବିଜୟ
- ଏସିଆନ ବ୍ୟାଡମିଂଟନ ଚାମ୍ପିୟନଶିପ: ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲେ ଆୟୂଷ
- Duplicate SLC: ଏହି ସମସ୍ତ କାରଣ ଥିଲେ ମିଳିବ ନକଲ ସ୍କୁଲ ଲିଭିଂ ସାର୍ଟିଫିକେଟ୍
- ପୁରୀରେ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ନିର୍ବାଚନର ଉଷ୍ମତା…
- ଓଡ଼ିଶାକୁ ସର୍ବାଧିକ ବିଶ୍ୱକର୍ମା ପୁରସ୍କାର; ପୂର୍ତ୍ତ ବିଭାଗ ୩, ଜଳସମ୍ପଦ ବିଭାଗ ୫ ଓ କ୍ରୀଡ଼ା ବିଭାଗର..
- Sijimali Issue:‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ
- Washington Agrees Iran condition: ଇରାନକୁ ବଡ଼ ସଫଳତା, ଫ୍ରିଜ୍ କରିଥିବା ସମ୍ପତ୍ତି ଫ୍ରୀ କରିବ ଆମେରିକା!
- ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO ସୌଭାଗ୍ୟ
- ବଙ୍ଗଳାରେ ଜମୁଛି ମୋଦିଙ୍କ ରାଲି: କହିଲେ ଆରମ୍ଭ ହେବାକୁ ଯାଉଛି ‘ବଡ଼ ଖେଳ’
Comments are closed.