ନୂଆଦିଲ୍ଲୀ: ଆଇସିସି ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟର ର୍ୟାଙ୍କିଙ୍ଗ ଜାରୀ କରିଛି । ଭାରତର ଅଧିନାୟିକା ମିତାଲୀ ରାଜ ପୁନର୍ବାର ଶୀର୍ଷକୁ ଫେରିଛନ୍ତି । ସ୍ମୃତି ମାନ୍ଧାନାଙ୍କ ର୍ୟାଙ୍କିଙ୍ଗରେ ମଧ୍ୟ ଉନ୍ନତି ଘଟିଛି । ସେ ୮ମରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଲିଜଲି ଲୀ, ଏଲିସା ହିଲେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।
ବୋଲରଙ୍କ ମଧ୍ୟରେ ଭାରତର ଦୀପ୍ତି ଶର୍ମା ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଷ୍ଟ୍ରେଲିଆର ଏଲିସା ପେରୀ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ମିତାଲୀ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଏଥିସହ ସେ ଆନ୍ତର୍ଜାତୀୟ କ୍ୟାରିୟରରେ ୨୦୦୦୦ ରନ ପୂର୍ଣ୍ଣ କରିଥିଲେ ।
Comments are closed.