ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ସହର । ନ୍ୟୁୟର୍କରେ ଏଯାଏଁ ୩୫୦୦ରୁ ଅଧିକ କରୋନା ମାମଲା ସାମନାକୁ ଆସିଛି । ବୁଧବାର ଦିନ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଭାରତରେ ଜନ୍ମ ଗ୍ରହଣ କରିଥିବା ପ୍ରସିଦ୍ଧ ଅନ୍ତର୍ଜାତୀୟ ସେଲିବ୍ରିଟି ସେଫ ଫ୍ଲଏଡ କାର୍ଡୋଜଙ୍କ କରୋନାଭାଇରସ ସ୍ରଂକମଣ କାରଣରୁ ମୃତ୍ୟୁ ହୋଇଛି ।
It is sad to share that chef floyd Cardozo @floydcardoz is no more. He has been an inspiration to many and I was hoping to cook with him some day.Falling to #covid19 just goes to show that this threat is very real so everyone please take care of yourselves. RIP cheffie. #corona pic.twitter.com/f4eQeMw4E4
— Kunal Kapur (@ChefKunalKapur) March 25, 2020
ଗତ ୮ଦିନ ହେବ ସେ ନ୍ୟୁୟର୍କର ଏକ ହସ୍ପିଟାଲରେ ଭର୍ତ୍ତି ଥିଲେ । କିନ୍ତୁ ୨ ଦିନ ପୂର୍ବରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବଂ ତାଙ୍କ ଅବସ୍ଥା ବହୁତ ଖରାପ ଥିଲା । ମାର୍ଚ୍ଚ ୧୮ ତାରିଖରେ ୫୯ ବର୍ଷୀୟ କାର୍ଡୋଜଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ମୁମ୍ବାଇର ବମ୍ବେ କ୍ୟାଣ୍ଟିନ ଓ ଓ ପେଡ୍ରୋ ନାମକ ୨ଟି ରେସ୍ତୋରାଁର ସେ ମାଲିକ ଥିଲେ ।
Comments are closed.