Latest Odisha News

BREAKING NEWS

ଓଡ଼ିଆ ଝିଅ ଶୃତିକ୍ଷା ନାୟକ ଜିତିବେ ଫେମିନା ମିସ ଇଣ୍ଡିଆ ଟାଇଟଲ୍ !

ଭୁବନେଶ୍ୱର : ଆସନ୍ତା ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨୦୧୮ ମସିହାର ଫେମିନା ମିସ ଇଣ୍ଡିଆ ଟାଇଟଲ୍ ହାସଲ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ଓଡ଼ିଆ ଲଳନା ଶୃତିକ୍ଷା ନାୟକ ।

ଏହି ୨୧ ବର୍ଷିୟା ଓଡ଼ିଆ ସୁନ୍ଦରୀ ଶୃତିକ୍ଷା ୩୦ଟି ରାଜ୍ୟରୁ ୩୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅଛନ୍ତି । ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ବିୟୁଟି କ୍ୱିନ୍ ଶୃତିକ୍ଷା ମାର୍ଚ୍ଚ ମାସରେ କଲିକତାରେ ଅନୁଷ୍ଠିତ ହୋଇଯାଇଥିବା ପ୍ରତିଯୋଗିତାରେ ଓଡ଼ିଶା ଲାଗି ବିଜୟ ହାସଲ କରିଛନ୍ତି ।

ଫାଇନାଲରେ ଆମେ ଆବୁ ଜାନିଙ୍କ ନିର୍ମିତ ପୋଷାକ ପରିଧାନ କରିବୁ ବୋଲି କହିଛନ୍ତି ଏହି ଲାଜକୁଳୀ ଓଡ଼ିଆ ପ୍ରତିଯୋଗୀ ଶୃତିକ୍ଷା । କିଟ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ଶୃତିକ୍ଷା ନାୟକ ଟାଇଟଲ ହାସଲ କରିବେ ବୋଲି ବେଶ୍ ଆଶା କରିଛନ୍ତି ।

ଆମକୁ ଯଦି ସୁଯୋଗ ମିଳେ ତାହେଲେ ସମାଜର ମଙ୍ଗଳ ନିମନ୍ତେ କାର୍ଯ୍ୟ କରିପାରନ୍ତୁ । ଏପର୍ଯ୍ୟନ୍ତ ଓଡ଼ିଶାରୁ କେହିବି ପ୍ରତିଯୋଗୀ ଫେମିନା ମିସ ଟାଇଟଲ୍ ହାସଲ କରିପାରିନାହାନ୍ତି ।

ଏଠାରେ ସୂଚନାଯୋଗ୍ୟ ଗତବର୍ଷ ଏହି ଟାଇଟଲ ହାସଲ କରିଥିଲେ ସୁନ୍ଦରୀ ମାନୁଷୀ ଚିଲ୍ଲାର୍ । (ଫଟୋ – ସୋସିଆଲ ମିଡ଼ିଆ-ଇଣ୍ଟରନେଟ)

Leave A Reply

Your email address will not be published.