ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ ବୈଠକରେ ଅନେକଗୁଡିଏ ପଦବୀ ପୂରଣ କରାଯାଇଛି । ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ବଦଳରେ ଚୟନ କମିଟିରେ ପ୍ରଜ୍ଞାନ ଓଝା ଓ ଆରପି ସିଂ ସାମିଲ କରାଯାଇଛି । ପ୍ରବୀଣ କୁମାର ଅଳ୍ପକେ ସୁଯୋଗ ପାଇ ପାରି ନାହାନ୍ତି । ଉତରାଂଚଳରୁ ଆରପି ସିଂ ଓ ପୂର୍ବାଂଚଳରୁ ପ୍ରଜ୍ଞାନଙ୍କୁ ସ୍ଥାନ ମିଳିଛି । ଆରପି ସିଂ ଭାରତ ପକ୍ଷରୁ ୧୪ ଟେଷ୍ଟ, ୫୮ ଦିନିକିଆ ଓ ୧୦ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେହିପରି ପ୍ରଜ୍ଞାନ ୨୪ ଟେଷ୍ଟ, ୧୮ ଦିିନିକିଆ ଓ ୬ଟି ଟି୨୦ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ସଚିନ ତେନ୍ଦୁଲକରଙ୍କ ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ ପରେ ପ୍ରଜ୍ଞାନଙ୍କ କ୍ୟାରିୟର ମଧ୍ୟ ଶେଷ ହୋଇ ଯାଇଥିଲା ।
ସେହି ମ୍ୟାଚରେ ସେ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ । ପ୍ରଜ୍ଞାନ ୧୦୮ ପ୍ରଥମଶ୍ରେଣୀ ମ୍ୟାଚ ଖେଳିଛନ୍ତି । ବିିସିସିଆଇ ବୈଠକରେ ମିଥୁନ ମନହାସଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିପରି ରାଜୀବ ଶୁକ୍ଲାଙ୍କୁ ପୂନର୍ବାର ଉପାଧ୍ୟକ୍ଷ, ଦେବଜିତ ସାଇକିଆଙ୍କୁ ସେକ୍ରେଟାରୀ, ଏ ରଘୁରାମ ଭଟ୍ଟଙ୍କୁ କୋଷାଧ୍ୟକ୍ଷ ଓ ପ୍ରଭତେଜ ସିଂ ଭାଟିୟାଙ୍କୁ ସଂଯୁକ୍ତ ସଚିବ ଭାବେ ଚୟନ କରାଯାଇଛି ।
Comments are closed.