Latest Odisha News

BREAKING NEWS

ଜିଓ ଜିଓ ୟୁଜରର୍ସଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଜିଓ ୟୁଜରର୍ସଙ୍କ ପାଇଁ ଖୁସି ଖବର । ଦୈନିକ ୮ଟଙ୍କା ଖର୍ଚ୍ଚ କଲେ ମିଳିବ ୨.୫ ଜିବି ଡାଟା । ଏଇଭଳି ଏକ ନୂଆ ପ୍ଲାନ ଆଣିଛି ରିଲାଏନ୍ସ।

ଆପଣ ବର୍ଷକ ପାଇଁ ୨୯୯୯ ଟଙ୍କାର ରିଚାର୍ଜ କଲେ, ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ ସହିତ ମୋଟ ୯୧୨.୫ ଜିବି ଡାଟା ପାଇବେ । ଯଦି ଏହି ପ୍ଲାନରେ ଗୋଟିଏ ଦିନ ଗଣନା କରାଯାଏ, ତେବେ ଆପଣ ଦୈନିକ ୮ ଟଙ୍କା ଖର୍ଚ୍ଚ କରି ୨.୫ ଜିବି ଡାଟା, କଲିଂ ଏବଂ ଅନ୍ୟାନ୍ୟ ସୁବିଧା ପାଇବେ ।

ରିଲାଏନ୍ସ ଜିଓର ୨୯୯୯ ଟଙ୍କା ପ୍ରିପେଡ୍ ପ୍ଳାନରେ “୨୦% ଜିଓମାର୍ଟ ମହା କ୍ୟାସବ୍ୟାକ” ଅଫର୍ ମଧ୍ୟ ମିଳିବ । ଯାହା ସେମାନେ ଭବିଷ୍ୟତର ରିଚାର୍ଜ ତଥା ଜିଓମାର୍ଟ କିମ୍ବା ରିଲାଏନ୍ସ ଷ୍ଟୋରରୁ କ୍ରୟ ପାଇଁ ବ୍ୟବହାର କରିପାରିବେ । ଏହି ପ୍ଲାନ ସହିତ ଉପଭୋକ୍ତାମାନେ ଜିଓଟିଭି, ଜିଓସିନେମା, ଜିଓସିକ୍ୟୁରିଟି ଏବଂ ଜିଓକ୍ଲାଉଡ଼ ସମେତ ଚାରିଟି ଜିଓ ଆପ୍ଲିକେସନ୍ ପାଇଁ ମାଗଣା ସବସ୍କ୍ରିପସନ୍ ପାଇପାରିବେ ।

Comments are closed, but trackbacks and pingbacks are open.