ନୂଆଦିଲ୍ଲୀ: ଧିରେ ଧିରେ ବିଶ୍ବ ଉପରେ କବଜା କରିବାକୁ ବସିଲାଣି ଏଆଇ । ଏହି ମନୁଷ୍ୟକୃତ ଏଆଇ ଏବେ ମନୁଷ୍ୟ ଉପରେ ତାର ରାଜ୍ ଦେଖାଉଛି । ମନୁଷ୍ୟ ଭଳି ସବୁ କାମ କରୁଛି, ତାହା ପୁଣି ମନୁଷ୍ୟ ଠାରୁ ୧୦୦ ଗୁଣା ଅଧିକ ବେଗରେ । ଆଉ ଏବେ ତ ଏହି ଯନ୍ତ୍ରାଂଶ ବୁଦ୍ଧିମତା ଭାବାବେଗ ବି ବୁଝିପାରିବାରେ ସକ୍ଷମ ହେଲାଣି । ଯାହାକୁ ବ୍ୟବହାର କରି ନୂଆ ନୂଆ କୌଶଳ ସୃଷ୍ଟି କରୁଛି ମନୁଷ୍ୟ । ଯାହାର ଅନେକ କିଛି ଆଡଭାନ୍ସ ଡେକନୋଲୋଜି ଆମେ ପ୍ରତିଦିନ ଦେଖିବାକୁ ପାଉଛେ ।
ଆଉ ଏବେ ଏହି ଜ୍ଞାନ କୌଶଳକୁ ବ୍ୟବହାର କରି ଦରମା ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ବିଭିନ୍ନ କମ୍ପାନୀ । ଆପଣ କେତେ ଦରମା ପାଇବେ, ଯୋଗ୍ୟତା ଏବଂ ଅନୁଭୁତି ଅନୁଯାୟୀ ଆପଣଙ୍କ ଦରମାରେ କେତେ ବୃଦ୍ଧି ହେବା ଆବଶ୍ୟକ, ଏଣିକି ଏ ସବୁ ଉପରେ ନିୟନ୍ତ୍ରଣ ରଖିବ ଏଆଇ ମଡେଲ୍ । କାରଣ ଏବେ କମ୍ପାନୀମାନେ, ଦରମା ନେଇ ଏଆଇର ବ୍ୟବହାର କରିବାକୁ ଯାଉଛନ୍ତି । ଆଗାମୀ ୨ ରୁ ୩ ବର୍ଷ ମଧ୍ୟରେ, କମ୍ପାନୀଗୁଡ଼ିକ ଏଆଇ ଆଧାରିତ ଭବିଷ୍ୟବାଣୀ ମଡେଲଗୁଡ଼ିକୁ ବ୍ୟବହାର କରି କର୍ମଚାରୀଙ୍କ ଦରମା ନିର୍ଦ୍ଧାରଣକୁ ତ୍ୱରାନ୍ୱିତ କରିବେ।
ଫ୍ୟୁଚର ଅଫ୍ ପେ ୨୦୨୫ ରିପୋର୍ଟ ଅନୁଯାୟୀ, ପ୍ରତି ୧୦ ଜଣରୁ ୬ ଜଣ ଏହି ମଡେଲକୁ ବ୍ୟବହାର କରିବାକୁ ଇଚ୍ଛୁକ । ଅର୍ଥାତ୍ ଏବେ ସୁଦ୍ଧା ୬୦ ପ୍ରତିଶତ କମ୍ପାନୀ, ଏଭଳି ଏଆଇ ଦରମା ପ୍ରକ୍ରିୟାକୁ ଲାଗୁ କରାଇବା ପାଇଁ ପ୍ରସ୍ତୁତ ରହିଛନ୍ତି । ଖାଲି ଯେ ଦରମା ତା ନୁହେଁ, କର୍ମଚାରି କେତେ କ’ଣ କରୁଛି, ତାକୁ ଆନାଲିସିସ୍ ମଧ୍ୟ କରିବ । ଯାହାକୁ ନେଇ ଆଗାମୀ ଦିନମାନଙ୍କରେ କମ୍ବାନୀ ସବୁ ଫିକସ୍ଡ ସାଲେରୀ ରୁଲକୁ ଛାଡି, ଏଆଇ ଆଧାରିତ ପୂର୍ବାନୁମାନ ଏବଂ ରିଏଲ ଟାଇମ ଦରମା ସଂଶୋଧନ ଆଡ଼କୁ ମୁହାଁଇବେ । ଯାହା ପାଖାପାଖି ୨୦୨୮ ବେଳକୁ ସବୁ କମ୍ପାନୀ ଏହି ଫର୍ମୂଲା ଆପେଣାଇ ନେଇଥିବେ ।
ରିପୋର୍ଟ ଅନୁସାରେ, ଏବର୍ଷ ଇ-କମର୍ସରେ ୧୦.୫ ପ୍ରତିଶତ, ଆର୍ଥିକ ସେବାରେ ୧୦.୩ ପ୍ରତିଶତ, ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ରରେ ୧୦.୨ ପ୍ରତିଶତ, ଆଇଟି କ୍ଷେତ୍ରରେ ୯.୬ ପ୍ରତିଶତ ଏବଂ ଆଇଟି-ସକ୍ଷମ ସେବାରେ ୯ ପ୍ରତିଶତ ଅଭିବୃଦ୍ଧି ହେବ । ଏଥିରେ ଏଆଇ ଚାକିରି ଖାଇଥିବା ନେଇ ତଥ୍ୟ ଅନୁଯାୟୀ, ରିପୋର୍ଟରେ ଦର୍ଶାଇଛି, ୨୦୨୩ ରେ ୧୮.୩ ପ୍ରତିଶତ ତୁଳନାରେ ୨୦୨୪ ରେ ୧୭.୫ ପ୍ରତିଶତକୁ ହ୍ରାସ ପାଇଛି ଚାକରୀ ଆଶା ।
Comments are closed.