ନୂଆଦିଲ୍ଲୀ: POCO ନିଜର M ସିରିଜ ସ୍ମାର୍ଟଫୋନ୍ M7 5G ଲଞ୍ଚ କରିଛି । କମ୍ ମୂଲ୍ୟରେ ଏକ ଭଲ ଫୋନ୍ ଖୋଜୁଥିବା ୟୁଜୁରଙ୍କୁ ଏହି ଫୋନ ଆକର୍ଷିତ କରିବ । ଏହି ଫୋନଟି ସ୍ନାପଡ୍ରାଗନ 4 ଜେନ୍ 2 ଚିପସେଟ୍, 5ଜି ନେଟୱର୍କ ସପୋର୍ଟ, 5160mAh ବ୍ୟାଟେରୀ, 50MP ପ୍ରାଇମେରି କ୍ୟାମେରା ସହ ଆସିଛି । ମାର୍ଚ୍ଚ୭ ତାରିଖ ମଧ୍ୟାହ୍ନ ୧୨ଟାରେ ଏକ୍ସଲୁସିଭ୍ ଭାବେ ଫ୍ଲିପକାର୍ଟରେ ଏହି ଫୋନ ସେଲ୍ ଲାଗି ଉପଲବ୍ଧ ହେବ । ଏହି ଫୋନ୍ ଗତବର୍ଷ ଲଞ୍ଚ ହୋଇଥିବା POCO M7 Pro ସ୍ମାର୍ଟଫୋନ୍ ର ଏକ ସୁଲଭ ବିକଳ୍ପ ଅଟେ ।
ପୋକୋ ଏମ7 5ଜି ସ୍ମାର୍ଟଫୋନର ବେସ୍ ମଡେଲ ପ୍ରାଇସ ୯୯୯୯ ରହିଛି । ସେଲ୍ର ପ୍ରଥମ ଦିନ ଲାଗି କେବଳ ଏହି ସ୍ପେଶାଲ୍ ଦାମ ରହିଛି । ଏହି ମୂଲ୍ୟରେ ଆପଣଙ୍କୁ 6GB RAM ଏବଂ 128 GB ଷ୍ଟୋରେଜ୍ ଭାରିଆଣ୍ଟ ମିଳିବ । ଏଥି ସହିତ, 8GB RAM ସହିତ 128 GB ଷ୍ଟୋରେଜ୍ ପ୍ରଦାନ କରୁଥିବା ଭାରିଆଣ୍ଟର ମୂଲ୍ୟ ହେଉଛି ୧୦,୯୯୯ ଟଙ୍କା ରହିଛି ।
ଏହି ହ୍ୟାଣ୍ଡସେଟ୍ଟି Satin Black, Mint Green ଓ Ocean Blue କଲର ଅପସନ ସହିତ ଉପଲବ୍ଧ ।
A big stunner at a big steal! 🔥
First Sale on 7th March, 12 Noon
Know More: https://t.co/7zDmIgSjCy#POCOM75G #TheBigShow pic.twitter.com/DXUMQBrq5U
— POCO India (@IndiaPOCO) March 3, 2025
ଦଶ ହଜାର ଟଙ୍କାରୁ କମ୍ ମୂଲ୍ୟରେ ପୋକୋ କମ୍ପାନୀର ଏହି 5G ଫୋନ୍ ମୋଟରୋଲା G35 5G, ସାମସଙ୍ଗ ଗାଲାକ୍ସି F06 5G, ଇନଫିନିକ୍ସ ହଟ୍ 50 5G, ରେଡମି A4 5G ଏବଂ ଲାଭା ବ୍ଲେଜ୍ 2 5G ସ୍ମାର୍ଟଫୋନକୁ ଟକ୍କର ଦେବ ।
POCO M7 5Gରେ 6.88-ଇଞ୍ଚ HD+ ଡିସପ୍ଲେ, 120Hz ରିଫ୍ରେସ୍ ରେଟ୍, 240Hz ଟଚ୍ ସାମ୍ପଲିଂ ରେଟ୍, 1640 X 720 ପିକ୍ସେଲ ରିଜୋଲ୍ୟୁସନ, 600ନିଟ୍ସ ହାଇ-ବ୍ରାଇଟନେସ୍ ମୋଡ୍ ରହିଛି । 5160mAh ବ୍ୟାଟେରୀ ସହ 18ୱାଟ୍ ଦ୍ରୁତ ଚାର୍ଜିଂ ସପୋର୍ଟ ରହିଛି ।
ଏହାର ଅପରେଟିଂ ସିଷ୍ଟମକୁ ଦେଖିବାକୁ ଗଲେ ଆଣ୍ଡ୍ରଏଡ 14 ଆଧାରିତ HyperOSରେ ଚାଳିତ । ଏହା ଦୁଇବର୍ଷ ଆଣ୍ଡ୍ରଏଡ ଅପଡେଟ୍ ଓ ଚାରିବର୍ଷ ଲାଗି ସିକ୍ୟୁରିଟି ଅପଡେଟ୍ ସହ ଆସିଛି ।
50MP Sony IMX852 ପ୍ରାଇମେରି କ୍ୟାମେରା, 2MP ସେକେଣ୍ଡାରୀ ଲେନ୍ସ ଓ ସେଲ୍ଫି ଓ ଭିଡିଓ କଲ୍ ଲାଗି 8MP ଲେନ୍ସ ରହିଛି । 5G, 4G LTE, ଡୁଆଲ ବ୍ୟାଣ୍ଡ Wi-Fi, ବ୍ଲୁଟୁଥ୍ 5.4, GPS ଓ USB ଟାଇପ-ସି ପୋର୍ଟ କନେକ୍ଟିଭିଟି ରହିଛି ।
Comments are closed.