ଦୁବାଇ: ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା। ସ୍ୱାଧିନତା ଦିବସ ଅବସରରେ ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଟାୱାର ତ୍ରିରଙ୍ଗାର ତିନିରଙ୍ଗରେ ଝଲସୁଛି। ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା। ଏହି ମନୋରମ ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଦୃତଗତିରେ ଭାଇରାଲ ହେଉଛି। ଏହାସହ ଭିଡିଓରେ ଆମ ଜାତୀୟ ସଂଗୀତ ‘ଜନ ଗଣ’ ଗାନ କରାଯାଉଥିବା ଶୁଣିବାକୁ ମିଳୁଛି।
#BurjKhalifa here's a look at how Indian monuments lit up on the eve of the 77th #IndependenceDay of India.
.#IndependenceDayIndia #IndianFlag #HarGharTiranga #IndianFlag #India #15august2023 pic.twitter.com/fu59HBbGEb— PAWAN KUMAR ?? (@PawanKu06250282) August 15, 2023
ସୋସିଆଲ ମିଡିଆ ଏକ୍ସ ରେ ପୱନ କୁମାର ନାମକ ଜଣେ ୟୁଜର୍ସ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଏପରି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜ ଆକାଉଣ୍ଟରେ ଭଡିଓ ସେୟାର କରିଛନ୍ତି। ଯାହାକୁ ଦେଖି ଭାରତୀୟମାନେ ବହୁତ ଖୁସି ହେବା ସହ ଅନେକ ପ୍ରକାର ପ୍ରତିକ୍ରିୟା ମଧ୍ୟ ଆସୁଛି। ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ନିଜର ମତାମତ ରଖିଛନ୍ତି।
ଅନ୍ୟପଟେ ପାକିସ୍ତାନୀମାନେ ସେମାନଙ୍କର ସ୍ୱାଧୀନତା ଦିବସରେ ସମାନ ଆଶା ରଖିଥିଲେ। କିନ୍ତୁ ବୁର୍ଜ ଖଲିଫା ଟାୱାରରେ ପାକିସ୍ତାନ ପତାକାର ଚିତ୍ର ଦେଖିବାକୁ ମିଳିନଥିଲା। ତେଣୁ ପାକିସ୍ତାନୀମାନେ ଏନେଇ ବହୁତ ନିରାଶ ହୋଇଥିଲେ। ଯାହା ବର୍ତ୍ତମାନ ଭାଇରାଲ ମଧ୍ୟ ହେଉଛି। ଦୁବାଇରୁ ଇଣ୍ଟରନେଟରେ ପ୍ରକାଶ ପାଇଥିବା ଏକ ଭିଡିଓରେ ଦର୍ଶାଯାଇଛି ଯେ ମଧ୍ୟରାତ୍ରିରେ ବୁର୍ଜ ଖଲିଫାରେ ପାକିସ୍ତାନୀ ପତାକା ନଦେଖାଯିବା ପରେ ଶହ ଶହ ପାକିସ୍ତାନୀ କ୍ରୋଧିତ ହୋଇଥିଲେ। ମଧ୍ୟରାତ୍ରିରେ ବୁର୍ଜ ଖଲିଫା ପାକିସ୍ତାନୀ ନାଗରିକଙ୍କ ବହୁ ସଂଖ୍ୟାରେ ଲୋକ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।
Comments are closed.