Latest Odisha News

BREAKING NEWS

୧୨ ବର୍ଷ ପରେ କାଟିଲେ ବିଶ୍ବର ସବୁଠୁ ଲମ୍ବା କେଶ

ଅ‌ହମ୍ମଦାବାଦ: ଲମ୍ବା କେଶ ପାଇଁ ଗିନିଜ ରେକର୍ଡ କରିଥିବା ନୀଲାଂସି ପଟେଲ ଏବେ ପୁଣିଥରେ ଚର୍ଚ୍ଚାରେ। ଗୁଜୁରାଟର ଏହି ଯୁବତୀ ୧୨ ବର୍ଷ ଧରି କେଶ ନକାଟି ବଢାଇଥିଲେ। ଯେଉଁଥିପାଇଁ ସେ ଥରେ ନୁହେଁ, ତିନିଥର ଗିନିଜ ୱାର୍ଲ୍ଡ ରେକର୍ଡର ଅଧିକାରିଣୀ ହୋଇଥିଲେ।

ଜୁଲାଇ ୨୦୨୦ରେ, ୧୮ ବର୍ଷ ବୟସ ହେବା ପୂର୍ବରୁ ନୀଲାଂସିଙ୍କ କେଶ ୬ ଫୁଟ ୬.୭ ଇଞ୍ଚ ଲମ୍ବା ଥିବା ମପା ଯାଇଥିଲା।

ସେ କୁହନ୍ତି ଯେ ୬ ବର୍ଷ ବୟସରେ ସେଲୁନକୁ କେଶ କାଟିବାକୁ ଯାଇଥିଲା ବେଳେ ହେୟାରଷ୍ଟାଇଲ ତାଙ୍କୁ ପସନ୍ଦ ଆସିନଥିଲା। ଯାହା ପରେ ସେ ଆଉ କେଶ ନକାଟିବା ଲାଗି ନିଷ୍ପତ୍ତି ନେଇଥିଲେ।

Comments are closed.