ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ପୁଣି ବ୍ୟାନ ହେଲା ୩୫ଟି ୟୁଟ୍ୟୁବ ଚ୍ୟାନେଲ । ଦେଶ ବିରୋଧରେ ବିଥ୍ୟା ଓ ଆପତ୍ତିଜନକ ଖବର ପ୍ରସାରଣ କରିବାରୁ ୩୫ଟି ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏହା ସହିତ ୨ଟି ଟ୍ୱିଟର, ୨ଟି ଇନଷ୍ଟାଗ୍ରାମ, ୨ଟି ୱେବସାଇଟ୍ ଓ ଗେଶଯିଏ ଫେସବୁକ୍ ଆକାଉଣ୍ଟକୁ ବନ୍ଦ କରାଯାଇଛି ।
ଏହି ସଂସ୍ଥାଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି । କେନ୍ଦ୍ର ସରକାର ଏହି ସଂସ୍ଥା ଗୁଡ଼ିକୁ ଚିହ୍ନଟ କରି ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି ।
Comments are closed.