Latest Odisha News

BREAKING NEWS

ଆପଣଙ୍କ ଫୋନରେ ଲୋକେସନ ଦେଖିବାକୁ ଚାହୁଁଛନ୍ତି ସରକାର, କମ୍ପାନୀ କଲା ବିରୋଧ

ନୂଆଦିଲ୍ଲୀ: ‘ସଞ୍ଚାର ସାଥୀ’ ଆପ୍‌କୁ ନେଇ ବିବାଦ ଓ ପ୍ରତିବାଦ ପରେ ପଛକୁ ହଟିଥିବା ସରକାର ଏବେ ସେଟେଲାଇଟ୍ ଟ୍ରାକିଂ ଜରିଆରେ ସ୍ମାର୍ଟଫୋନ୍‌ର ଲୋକେସନ୍ ଜାଣିବାକୁ ଚାହୁଁଛନ୍ତି। ସମାଚାର ସଂସ୍ଥା ରୟଟର୍ସର ରିପୋର୍ଟ ଅନୁଯାୟୀ, ଟେଲିକମ୍ ଇଣ୍ଡଷ୍ଟ୍ରିର ଏକ ପ୍ରସ୍ତାବକୁ ସରକାର ଗୁରୁତ୍ୱ ସହକାରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବରେ ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକୁ ସେଟେଲାଇଟ୍ ଲୋକେସନ୍ ଟ୍ରାକିଂ ଫିଚର୍ ବାଧ୍ୟତାମୂଳକ ଭାବେ ଚାଲୁ (ଇନେବଲ୍) କରିବାକୁ କୁହାଯାଇଛି।କିନ୍ତୁ ଆପଲ୍, ଗୁଗଲ୍, ସାମସଙ୍ଗ ଭଳି ବଡ଼ ବଡ଼ କମ୍ପାନୀ ଏହାର ତୀବ୍ର ବିରୋଧ କରିଛନ୍ତି ଏବଂ ଗୋପନୀୟତା (ପ୍ରାଇଭେସି) ଉଲ୍ଲଙ୍ଘନର ଯୁକ୍ତି ଦେଖାଇଛନ୍ତି।

କ’ଣ ପ୍ରସ୍ତାବ ଦେଲା ଟେଲିକମ୍ ଇଣ୍ଡଷ୍ଟ୍ରି?

ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ସରକାରଙ୍କୁ ପ୍ରସ୍ତାବ ଦେଇଛି ଯେ, ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକୁ A-GPS (Assisted GPS) ଟେକ୍ନୋଲୋଜି ସବୁବେଳେ ଚାଲୁ ରଖିବାକୁ ବାଧ୍ୟ କରାଯାଉ। ଏହି ଟେକ୍ନୋଲୋଜିରେ ସେଟେଲାଇଟ୍ ସିଗନାଲ୍ ସହ ମୋବାଇଲ୍ ନେଟୱର୍କ ଡାଟା ମିଶାଇ ଅତି ସଠିକ୍ ଲୋକେସନ୍ ଜାଣି ହୋଇପାରିବ।

ଏଥିପାଇଁ:

ଫୋନ୍‌ର ଲୋକେସନ୍ ସର୍ଭିସ୍ ସବୁବେଳେ ଅନ୍ ରହିବ

ଇଉଜର୍‌ଙ୍କର ଏହାକୁ ବନ୍ଦ କରିବାର କୌଣସି ଅପସନ୍ ରହିବ ନାହିଁ

ବର୍ତ୍ତମାନ ଯେଉଁ ସେଲ୍ ଟାୱାର ଡାଟାରୁ ଲୋକେସନ୍ ଜାଣୁଛନ୍ତି, ତାହା ଅତି ସଠିକ୍ ନୁହେ। କିନ୍ତୁ A-GPS ଚାଲୁ ହେଲେ ମିଟର ଭିତରେ ନିଶ୍ଚିତ ଲୋକେସନ୍ ମିଳିଯିବ।ରିପୋର୍ଟ ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ଗତ ଶୁକ୍ରବାର ଏ ନେଇ ସ୍ମାର୍ଟଫୋନ୍ କମ୍ପାନୀ ଅଧିକାରୀଙ୍କ ସହ ବୈଠକ ଡାକିଥିଲେ, କିନ୍ତୁ ସେହି ବୈଠକ ବର୍ତ୍ତମାନ ସ୍ଥଗିତ ରହିଛି।

ସଆପଲ୍, ଗୁଗଲ୍ ଓ ଅନ୍ୟାନ୍ୟ କମ୍ପାନୀଙ୍କୁ ରିପ୍ରେଜେଣ୍ଟ କରୁଥିବା ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ICEA) କହିଛି:

ବିଶ୍ୱର କୌଣସି ଦେଶରେ ଡିଭାଇସ୍ ଲେଭଲ୍‌ରେ ଲୋକେସନ୍ ଟ୍ରାକିଂ ବାଧ୍ୟତାମୂଳକ ନୁହେଁ

A-GPSକୁ ନିଗରାନି ପାଇଁ ବ୍ୟବହାର କରାଯାଏ ନାହିଁ

ଏହା ଗୋପନୀୟତା, ଆଇନଗତ ଓ ଜାତୀୟ ସୁରକ୍ଷା ପ୍ରଶ୍ନ ଉଠାଇପାରେ

ଫୋନ୍ ଇଉଜର୍‌ଙ୍କ ମଧ୍ୟରେ ସୈନ୍ୟ ଅଧିକାରୀ, ବିଚାରପତି, ସାମ୍ବାଦିକ ଭଳି ଲୋକ ଅଛନ୍ତି, ଯାହାଙ୍କର ସେନ୍ସିଟିଭ୍ ତଥ୍ୟ ଥାଏ; ସେମାନଙ୍କର ଜୀବନକୁ ବିପଦ ହୋଇପାରେ

ଏହାକୁ ନେଇ ସରକାର ଓ ଇଣ୍ଡଷ୍ଟ୍ରି ମଧ୍ୟରେ ତୀବ୍ର ମତଭେଦ ଦେଖାଯାଉଛି। ଆଗକୁ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି, ସେଥିପାଇଁ ସମସ୍ତେ ଅପେକ୍ଷାରେ ରହିଛନ୍ତି।

Leave A Reply

Your email address will not be published.