ଚଣ୍ଡୀଗଡ:ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଇଲୀ ସାଦ୍ଦିକ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୭ ବର୍ଷର ପ୍ରେମ ଏବେ ଶାସ୍ୱତ ରୂପ ନେଇଛି । ମାଲେସିଆର ଇଲୀଙ୍କ ନାମ ପଞ୍ଜାବୀରେ ନବପ୍ରୀତ କୌର ରଖାଯାଇଛି । ୨୦୧୨ରେ ମାଲେସିଆରେ ସୁଲତାନ ଅଫ ଜୋହର କପରେରେ ଇଲୀଙ୍କୁ ଭେଟିଥିଲେ । ପ୍ରଥମ ଦେଖାରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ସେ ସମୟରେ ମନପ୍ରୀତ ଭାରତୀୟ ଜୁନିୟର ଟିମ ପକ୍ଷରୁ ଖେଳୁଥିଲେ ।
ଉଭୟ ଏହା ପରେ ପରସ୍ପରକୁ ଭେଟିଥିଲେ । ଇଲୀ ଭାରତ ଏବଂ ମନପ୍ରୀତ ଅନେକଥର ମାଲେସିଆ ଯାଇଛନ୍ତି । ମନପ୍ରୀତଙ୍କ ଲକି ନମ୍ବର ୭ ହୋଇଥିବାରୁ ସେ ଏହି ନମ୍ବର କାରରେ ବିବାହ ବେଦୀ ନିକଟକୁ ଆସିଥିଲେ । ଟୋକିଓ ଅଲିମ୍ପିକ୍ସ ପରେ ସେ ବିବାହ କରିବାକୁ ଚାହୁଁଥିଲେ । ମାତ୍ର କରୋନା ମହାମାରୀ ଯୋଗୁ ଏହା ଘୁଂଚିଯିବାରୁ ସେ ଶେଷରେ ବିବାହ କରିବାକୁ ନିଷ୍ପତି ନେଇଥିଲେ ।
Comments are closed.