Latest Odisha News

ପୁରସ୍କାର ରାଶିରେ ମ୍ୟୁଜିକ୍‌ ସ୍କୁଲ ଖୋଲିବେ ପୱନଦୀପ

ମୁମ୍ବାଇ: ୨୦୨୧ ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୨ ବିଜେତା ହୋଇଛନ୍ତି ପୱନଦୀପ ରାଜନ। ପୱନଦୀପଙ୍କୁ ପୁରସ୍କାରରେ ୨୫ ଲକ୍ଷ ଟଙ୍କା ଚେକ୍ ସହିତ ଏବଂ ମାରୁତି ସୁଜୁକି ସ୍ବିଫ୍ଟ କାର୍ ପ୍ରଦାନ କରାଯାଇଛି।

ପୱନଦୀପ ଉତ୍ତରାଖଣ୍ଡର ବାସିନ୍ଦା। ଇଣ୍ଡିଆନ୍‌ ଆଇଡଳ୍ ବିଜେତା ହେବା ପରେ ଉତ୍ତରାଖଣ୍ଡର ଚମ୍ପାୱତ୍‌ରେ ଥିବା ତାଙ୍କ ଗାଁରେ ପିଲାମାନଙ୍କ ପାଇଁ ଏକ ସଙ୍ଗୀତ ବିଦ୍ୟାଳୟ ଆରମ୍ଭ କରିବାକୁ ଯୋଜନା ରଖିଥିବା କହିଛନ୍ତି। ସେ ତାଙ୍କ ପୁରସ୍କାର ରାଶିରେ ଆଗାମୀ ପିଢିଙ୍କ ପାଇଁ ଏକ ମ୍ୟୁଜିକ୍‌ ସ୍କୁଲ ଖୋଲିବେ ବୋଲି କହିଛନ୍ତି ପୱନଦୀପ।

ଟ୍ରଫି ନେବା ସମୟରେ ସେ ତାଙ୍କ ଫ୍ୟୁଚର୍‌ ପ୍ଲାନିଂ ବିଷୟରେ କହିଥିଲେ। ଇଣ୍ଡିଆନ୍ ଆଇଡଲ୍‌ର ବିଜେତା ହେବା ପରେ ସେ ଦର୍ଶକଙ୍କ ପ୍ରେମ ଏବଂ ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.