Latest Odisha News

BREAKING NEWS

ବୁଲି ବୁଲି ବିଶ୍ୱ ରେକର୍ଡ କଲେ ଦୁଇ ଭାରତୀୟ

ବ୍ୟୁରୋ : ଆାପଣମାନେ ସାଧାରଣତ ସସସ୍ତେ ବିଭିନ୍ନ ଜାଗା ବୁଲିବାକୁ ପସନ୍ଦ କରନ୍ତି  । ଯେମିତିକି ଜୁଲ୍‌ସ ଭର୍ନଙ୍କ ଉପନ୍ୟାସ ‘ଅରାଉଣ୍ଡ୍‌ ଦି ଵାର୍ଲଡ୍‌ ଇନ୍‌ ଏଇଟି ଡେଜ୍‌’ରେ କିପରି ଅଶି ଦିନ ଭିତରେ ବିଶ୍ବ ପରିକ୍ରମା କରିହେବ ସେ ସମ୍ପର୍କରେ ଆମେ ବହିରେ ପଢ଼ିଛନ୍ତି। ହେଲେ ମାତ୍ର ତିନି ଦିନରେ ସାତଟିଯାକ ମହାଦେଶ ଭ୍ରମଣ କରିବା କଥା ଆପଣଙ୍କୁ ଟିକେ ଆାଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଏହା ବିଶ୍ବାସ ନହେଲେ ବି ସତ । ମାତ୍ର ୩ଦିନରେ ୭ଟି ମହାଦେଶ ଭ୍ରମଣ କରି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ଦୁଇ ଜଣ ଭାରତୀୟ। ତେବେ ଆସନ୍ତୁ ଜାଣିବା ଏଡି ଭାରତୀୟଙ୍କ ବିଷୟରେ ।

ଉତ୍ସାହୀ ପରିଭ୍ରମଣକାରୀ ହେଲେ ଅଲି ଇରାନି ଓ ସୁଜୟ କୁମାର ମିତ୍ର । ଏମାନେ ମୋଟ ୭୩ ଘଣ୍ଟା ୫ ମିନିଟ୍‌ ଓ ୪ ସେକେଣ୍ଡରେ ବିଶ୍ବ ଭ୍ରମଣ କରି ଗିନିଜ୍‌ ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ପୂର୍ବରୁ ସାତଟି ଯାକ ମହାଦେଶ କମ୍‌ ସମୟରେ ଭ୍ରମଣ କରିବାର ରେକର୍ଡ ୟୁଏଇର ଖଵାଲା ଏୟାରୋମୈଥୁଙ୍କ ନାମରେ ରହିଥିଲା। ସେ ୩ ଦିନ ୧୪ ଘଣ୍ଟା ୪୬ ମିନିଟ୍‌ ଓ ୪୮ ସେକେଣ୍ଡ୍‌ ସମୟରେ ୨୦୨୦ ଫେବ୍ରୁଆରି ୧୩ରେ ଏହି ରେକର୍ଡ ସ୍ଥାପନ କରିଥିଲେ।

ତେବେ ସମସ୍ତ ରେକର୍ଡ ମଧ୍ୟ  ଭାଙ୍ଗିବାକୁ ଯୋଗ୍ୟ ବୋଲି ଭ୍ରମଣରେ ରୁଚି ରଖିଥିବା ରେକର୍ଡଧାରୀ ଅଲି ଓ ସୁଜୟ କହିଛନ୍ତି। କେବଳ ଏତିକି ନୁହେଁ ସେମାନେ ଗତ ଡିସେମ୍ବର ୪ ତାରିଖରେ ଆଣ୍ଟାର୍କଟିକାରୁ ସେମାନଙ୍କର ଏହି ଦୁଃସାହସିକ ଯାତ୍ରାର ଶୁଭାରମ୍ଭ କରିଥିଲେ ଏବଂ ଡିସେମ୍ବର ୭ ତାରିଖରେ ଶେଷ ମହାଦେଶ ଭାବେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚିଲା ପରେ ସେମାନଙ୍କ ନାମରେ ଏହି ରେକର୍ଡ ଦାଖଲ କରାଯାଇଥିଲା।

 

Comments are closed.