Latest Odisha News

ଐରାବତରେ ଫେରିଲେ ୧୯୮ ଭାରତୀୟ

ତାମିଲନାଡୁ: ଅପରେସନ୍ ସମୁଦ୍ର ସେତୁ ଯୋଜନାରେ ମାଲଦ୍ବୀପରେ ଫସିଥିବା ଭାରତୀୟ ସ୍ବଦେଶ ଫେରିଛନ୍ତି । ୧୯୮ ଭାରତୀୟଙ୍କୁ ନେଇ ଆସିଛି ନୌସେନା ଜାହାଜ INS ଐରାବତ । ଆଜି ସକାଳେ ତାମିଲନାଡୁର ତୁଥୁକୁଡ଼ି ବନ୍ଦରରେ ପହଞ୍ଚିଛି । ଜନ୍ମମାଟିରେ ପାଦ ଥାପିବା ପରେ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ଗତ ରବିବାର ଦିନ ଭାରତୀୟଙ୍କୁ ଧରି ମାଲେରୁ ଯାତ୍ରା ଆରମ୍ଭ କରିଥିଲା INS ଐରାବତ ।

ଅପରେସନ୍ ସମୁଦ୍ର ସେତୁ ଯୋଜନାରେ ବିଦେଶରେ କରୋନା ଯୋଗୁ ଫସି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଉଛି । ପୂର୍ବରୁ ଆଇଏନଏସ୍ ଜଲସ୍ବା କଲମ୍ବୋରେ ଅଟକ ୬୮୫ ଓ ମାଲେରେ ଫସିଥିବା ୭୦୦ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ସ୍ବଦେଶ ଫେରାଇ ଆଣିଥିଲା ।

Leave A Reply

Your email address will not be published.