Latest Odisha News

ଭାରତୀୟ ନୌସେନା ଅଧିକାରୀଙ୍କ କାନ୍ଧରେ ସୁସଜ୍ଜିତ ହେବ ଶିବାଜୀଙ୍କ ‘ରାଜମୁଦ୍ରା’, ନୂତନ ଏପୁଲେଟ୍ ଲଞ୍ଚ କଲା ନୌସେନା

ନୂଆଦିଲ୍ଲୀ: ଭାରତୀୟ ନୌସେନା ତାହାର ବରିଷ୍ଠ ଅଧିକାରୀଙ୍କ ପାଇଁ ନୂତନ ଏପୁଲେଟ୍ ଲଞ୍ଚ କରିଛି । ଯାହା ସେହି ଅଧିକାରୀଙ୍କ ୟୁନିଫର୍ମରେ ଲଗାଯିବ | ଏପୁଲେଟ୍ ହେଉଛି ଏକ ପ୍ରକାର ସାଜସଜ୍ଜା ସଙ୍କେତ ଯାହାକି ନୌସେନା ଅଧିକାରୀମାନେ ପିନ୍ଧିଥିବା ୟୁନିଫର୍ମର କାନ୍ଧରେ ଲଗାଯାଏ | ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରାରୁ ପ୍ରେରିତ ହୋଇ ନୌସେନା ଏକ ନୂତନ ଡିଜାଇନ୍ ଲଞ୍ଚ କରିଛି । ଶିବାଜୀଙ୍କ ସେହି ରାଜମୁଦ୍ରାରେ ସଚସ୍କୃତରେ ଶାହସୁନୋ: ଶିବସ୍ୟୋଷା ମୁଦ୍ରା ଭଦ୍ରାୟ ରାଜତେ ଲେଖାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୪ରେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସରେ ଏପୁଲେଟ୍ ର ନୂତନ ଡିଜାଇନ୍ ପ୍ରବର୍ତ୍ତନ କରିବାକୁ ଘୋଷଣା କରିଥିଲେ। ଆଡମିରାଲ୍, ଭାଇସ୍ ଆଡମିରାଲ୍ ଏବଂ ରିୟର ଆଡମିରାଲ୍ ପଦବୀ ପାଇଁ ଏହି ନୂତନ ଡିଜାଇନ୍ ଏପୁଲେଟ୍ ଜାରି କରାଯାଇଛି | ନୌସେନାର ଏହି ତିନୋଟି ପଦବୀ ହେଉଛି ସବୁଠାରୁ ସର୍ବୋଚ୍ଚ ପଦବୀ | ଆଗାମୀ ଦିନରେ ଦାସତ୍ୱ ମାନସିକତାର ସମସ୍ତ ଚିହ୍ନକୁ ପରିତ୍ୟାଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମରୁ ହିଁ କହିଥିଲେ । ଏହା ସେହି ଦିଗରେ ନିଆଯାଇଥିବା ଏକ ପଦକ୍ଷେପ |

ନୂତନ ଡିଜାଇନ୍ ରେ ଏହି ମାନସିକତାକୁ ନେଇ ଏକ ନେଲସନ ରିଙ୍ଗ ମଧ୍ୟ ଅଛି, ଯାହା ବ୍ରିଟିଶମାନଙ୍କ ଦାସତ୍ୱରୁ ମୁକ୍ତି ବିଷୟରେ ବାର୍ତ୍ତା ପ୍ରେରିତ କରୁଛି । ନୂତନ ଏପୁଲେଟ୍ ର ଏକ ଫଟୋ ସେୟାର କରିବା ସହ ନୌସେନା କହିଛି ଯେ, ଏହି ନୂତନ ଡିଜାଇନ୍ ନୌସେନା ଧ୍ଵଜାରୁ ନିଆଯାଇଛି ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜମୁଦ୍ରାରୁ ଅନୁପ୍ରାଣିତ ହୋଇଛି । ଏହା ଆମର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ପ୍ରତିଫଳିତ କରେ |

ଏଥି ସହିତ ନୌସେନା ବ୍ରିଟିଶମାନଙ୍କଠାରୁ ମିଳିଥିବା ନାବିକମାନଙ୍କ ପଦବୀ ମଧ୍ୟ ସମୀକ୍ଷା କରିଛି। ଔପନିବେଶିକ ସାମରିକ ପରମ୍ପରାକୁ ଶେଷ କରିବା ପାଇଁ ନୌସେନା ଏକ ପ୍ରମୁଖ ଅଭିଯାନରେ କାର୍ଯ୍ୟ କରୁଛି | ଏହାର ଏକ ଅଂଶ ଭାବରେ ନାବିକମାନଙ୍କ ପଦ ଭାରତୀୟ ନାମ ସହିତ ବଦଳାଯିବ | ଏହିପରି, ୬୫ହଜାରରୁ ଅଧିକ ନାବିକ ନୂତନ ପଦବୀ ପାଇବେ।

Comments are closed.