Latest Odisha News

BREAKING NEWS

ଇଣ୍ଡିଆନ ଓପନ ଥ୍ରୋ ଚାମ୍ପିୟନଶିପ: ଓଡିଶାର କିଶୋରଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: କର୍ଣ୍ଣାଟକର ବେଲାରୀରେ ଚାଲିଥିବା ଇଣ୍ଡିଆନ ଓପନ ଥ୍ରୋ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିଛନ୍ତି । ୨୭ ବର୍ଷୀୟ କିଶୋର କୁମାର ଜେନା ୭୮.୯୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ତାଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ । ଦିଲ୍ଲୀର ସରବଜିତ ସିଂ (୭୬.୬୩ ମିଟର) ଓ ଅଭିଷେକ ଡ୍ରଲ (୭୩.୬୧ ମିଟର) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ମହିଳା ଲଙ୍ଗ ଜମ୍ପରେ ଓଡିଶାର ମନୀଷା ମେରେଲ ରୌପ୍ୟ ପଦକ ଜିତିଛନ୍ତି । ସେ ୫.୯୬ ମିଟର ଦୂରତାକୁ ଜମ୍ପ କରିଥିଲେ । କେରଳର ଶ୍ରୁତିଲକ୍ଷ୍ମୀ ଏଲ (୬.୧୧ ମିଟର) ଏହି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମନୀଷା ଓଡିଶା ରିଲାଏନ୍ସ ଫାଉଣ୍ଡେଶନ ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି ।

Leave A Reply

Your email address will not be published.