Latest Odisha News

BREAKING NEWS

ପକ୍ଷୀ ମାଡ଼ ହେବାରୁ ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ପକ୍ଷୀ ମାଡ଼ ହେବା ପରେ ଜରୁରୀ ଅବତରଣ କରାଯାଇଥିଲା ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ପୁଣେ ଅଭିମୁଖେ ସନ୍ଧ୍ୟା ୫ଟାରେ ବିମାନ ଉଡ଼ାଣ ଭରିଥିଲା । ଉଡ଼ାଣର କିଛି ସମୟ ପରେ ପକ୍ଷୀ ମାଡ଼ ହେବାରୁ ଜରୁରୀକାଳୀନ ଅବତରଣ କରିଥିଲା ଏୟାର ଏସିଆର ବିମାନଟି ।

ବିମାନ ଅବତରଣ ପରେ ବିମାନବନ୍ଦରର ଗ୍ରାଉଣ୍ଡ ଓ ଟେକ୍ନିକାଲ୍ ଷ୍ଟାଫ୍ ଯାଞ୍ଚ କରିଥିଲେ । ତନଖି ପରେ ଜଣାପଡ଼ିଥିଲା ବଡ଼ କ୍ଷତି ହୋଇ ନଥିବା ଜଣାପଡ଼ିଥିଲା । କ୍ଲିଅରାନ୍ସ ମିଳିବାରୁ ୨ ଘଣ୍ଟା ପରେ ବିମାନଟି ପୁନେ ଅଭିମୁଖେ ପୁଣି ଯାଇଛି ।

Leave A Reply

Your email address will not be published.