Latest Odisha News

BREAKING NEWS

କ୍ରିକେଟରୁ ସନ୍ୟାସ ନେଲେ ପେସ୍ ବୋଲର ପ୍ରବୀଣ କୁମାର

ନୂଆଦିଲ୍ଲୀ : ଭାରତୀୟ ଦଳର ଦ୍ରୁତତମ ବୋଲର ପ୍ରବୀଣ କୁମାର ଆଜି ଆନ୍ତର୍ଜାତୀକ ସ୍ତରର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ।

୩୨ ବର୍ଷୀୟ ପ୍ରବୀଣ ତାଙ୍କର ଏହି ଅବସର ଘୋଷଣା ସମ୍ପର୍କରେ ଆଜି ନିଜ ଇନଷ୍ଟାଗ୍ରାମ ଜରିଆରେ ଜଣାଇଛନ୍ତି । ଏକ ଖବର ମୁତାବକ ସେ ଅନ୍ତର୍ଜାତୀୟ କ୍ରିକେଟ ସହ ଘରୋଇ କ୍ରିକେଟ ମଧ୍ୟ ଖେଳିବେ ନାହିଁ ।

ଆଗକୁ ସେ କଣ କରିବେ ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବୋଲର ମାନଙ୍କ କୋଚ ହେବା ପାଇଁ ଚାହୁଁଛି । ସେ ଆହୁରି ମଧ୍ୟ କହିଥିଲେ ଯେ କ୍ରିକେଟକୁ ଗୁଡବାଏ କହିବାର ସମୟ ଆସିଯାଇଛି । କ୍ରିକେଟକୁ ଛାଡି ଜୀବନରେ ଏବେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ପଡିବ ।

୨୦୦୫ ମସିହା ନଭେମ୍ବର ୨୩ ରେ ପ୍ରବୀଣ ପ୍ରଥମେ ଉତ୍ତର ପ୍ରଦେଶର ସିନିୟର ଟିମରେ ସ୍ଥାନ ପାଇଥିଲେ । ପ୍ରାୟ ୧୧ ବର୍ଷ ପୂର୍ବେ ୨୦୦୭ ମସିହାରେ ପ୍ରବୀଣ ପାକିସ୍ତାନ ବିରୋଧରେ ଜୟପୁରରେ ୱାନଡେ ମ୍ୟାଚ ଖେଳି ନିଜର ପ୍ରଥମ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ।

ଏହି ବିଶ୍ୱସ୍ତରୀୟ ପେସ୍ ବୋଲର ପ୍ରବୀଣ କୁମାର କ୍ରିକେଟର ୩ଟି ଫର୍ମାଟ ଦିନିକିଆ, ଟେଷ୍ଟ ଏବଂ ଟି-୨୦ରେ ଭାରତୀୟ କ୍ରିକେଟ ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିଛନ୍ତି ।

Leave A Reply

Your email address will not be published.