Latest Odisha News

BREAKING NEWS

ମିଲଖା ସିଂଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ: ଫ୍ଲାଇଂ ଶିଖ ଭାବେ ପରିଚିତ ଭାରତର ଗୌରବ ମିଲଖାଁ ସିଂ ଆଉ ନାହାନ୍ତି । ଏହି ମହାନ ଅଲିମ୍ପିଆନଙ୍କ ବିୟୋଗରେ ସାରା ଦେଶ ଶୋକବ୍ୟକ୍ତ କରୁଛି । ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଏହି ମହାନ ଆଥଲେଟଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏଥିପାଇଁ ସମ୍ପୂର୍ଣ୍ଣ ଟିମ୍ ସ୍ୱତନ୍ତ୍ର ଆର୍ମବ୍ୟାଣ୍ଡ ପିନ୍ଧିଥିଲେ ।

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ନେଇ ଟୁଇଟ କରି ସୂଚନା ଦେଇଛି । ପୂର୍ବରୁ ବିରାଟ କୋହଲିଙ୍କ ସମେତ ଅନ୍ୟ ଖେଳାଳିମାନେ ବ୍ୟକ୍ତିଗତ ଭାବେ ଶୋକ ପ୍ରକଟ କରିଥିଲେ ।

Leave A Reply

Your email address will not be published.