Latest Odisha News

BREAKING NEWS

୧ ଲକ୍ଷ କୋଟି ଉପରେ ପଂହଚିଲା ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ବ୍ରାଣ୍ଡ ଭାଲ୍ୟୁ ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ୧୨ ବିଲିୟନ ଡଲାର( ୧.୦୧ ଲକ୍ଷ କୋଟି)ରେ ପଂହଚିଛି । ୨୦୨୩ରେ ଏହା ୧୦.୭ ବିଲିୟନ ଡଲାର ରହିଥିଲା । ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରଙ୍କ ବ୍ରାଣ୍ଡ ଭାଲ୍ୟୁ ୧୦୦ ମିଲିୟନ ଡଲାରରୁ ଊର୍ଦ୍ଧ୍ୱ ହୋଇ ସାରିଛି । ୨୦୦୮ରେ ଆଇପିଏଲର ଆରମ୍ଭ ହୋଇଥିଲା । ୨୦୦୯ ବେଳକୁ ଏହାର ବ୍ରାଣ୍ଡ ଭାଲ୍ୟୁ ୨ ବିଲିୟନ ଡଲାର ଛୁଇଁଥିଲା । ୨୦୨୩ରେ ପ୍ରଥମ ଥର ପାଇଁ ଏହା ୧୦ ବିଲିୟନ ଡଲାର ମାର୍କ ଛୁଇଁଥିଲା ।

ଉପରୋକ୍ତ ୪ଟି ଦଳ ବ୍ୟତୀତ ରାଜସ୍ଥାନ ରୟାଲ୍ସର ବ୍ରାଣ୍ଡ ଭାଲ୍ୟୁ ୩୦ ପ୍ରତିଶତ ବୃଦ୍ଧି ପାଇ ୮୧ ମିଲିୟନ ଡଲାରରେ ପଂହଚିଛି । ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ଭାଲ୍ୟୁ ୬୯ ଓ ୬୦ ମିଲିୟନ ଡଲାର ଛୁଇଁଛି । ଗତ ସଂସ୍କରଣ ପରଠାରୁ ପଞ୍ଜାବ କିଙ୍ଗସର ଭାଲ୍ୟୁ ୪୯ ପ୍ରତିଶତ ବୃଦ୍ଧି ପାଇଛି । ଏବେ ଏହା ୬୮ ମିଲିୟନ ଡଲାର ପାର କରିଛି ।

Comments are closed.