ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଘଟିଥିବା ବିନାଶରେ କୋଟି କୋଟି ଲୋକ ପ୍ରାଣ ହରାଇଥିଲେ। ଏହି କାରଣରୁ ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧ କଥା ଉଠେ ଲୋକମାନେ ଭୟଭୀତ ହୋଇପଡନ୍ତି।
କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏହା ପରେ ମଣିଷମାନେ ହଲିଉଡ ଚଳଚ୍ଚିତ୍ରର ସୁପରହିରୋ ଭଳି ହୋଇଯିବେ। ସେମାନଙ୍କର ବୁଲେଟପ୍ରୁଫ୍ ଚର୍ମ ଏବଂ ଅନ୍ତର୍ନିହିତ ନିଞ୍ଜା କୌଶଳ ବିକଶିତ ହୋଇପାରେ।
ରୟାଲ ସୋସାଇଟି ଦ୍ୱାରା ପୁରସ୍କୃତ ଜଣାଶୁଣା ପ୍ରାଣୀ ବିଜ୍ଞାନୀ ତଥା ଜୀବବିଜ୍ଞାନୀ ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ଟିମ୍ କୁଲସନ କହିଛନ୍ତି ଯେ ଆଣବିକ ଯୁଦ୍ଧ ଏପରି ପରିବର୍ତ୍ତନ ଆଣିପାରେ।
ପରମାଣୁ ଯୁଦ୍ଧ ପରେ ମାନବ ଶରୀରରେ ଜେନେଟିକ୍ ପରିବର୍ତ୍ତନ ହୋଇପାରେ। ଯାହା ‘ସୁପରହିମାନ୍’ ସୃଷ୍ଟି କରିପାରେ। ସେ ବିଶ୍ୱାସ କରନ୍ତି ଯେ ନିର୍ଦ୍ଦୟ ପରିବେଶ ସହିତ ମୁକାବିଲା କରିବା, ଆଶ୍ରୟସ୍ଥଳ ନିର୍ମାଣ ଏବଂ ହଜିଯାଇଥିବା ଟେକ୍ନୋଲୋଜି ଏବଂ ବିଜ୍ଞାନକୁ ଏକତ୍ର କରି ଆମେ ‘ହାଇପରଣ୍ଟେଲିଜେନ୍ସ’ ହାସଲ କରିପାରିବା। ଏପରିକି ମଣିଷ ସଙ୍କୁଚିତ ହୋଇପାରେ ଏବଂ ବାଦୁଡ଼ି ଭଳି ଉଡ଼ିବା ପାଇଁ ଡେଣା ମଧ୍ୟ ହୋଇପାରେ ବୋଲି ସେ ଦାବି କରିଛନ୍ତି।
Comments are closed.