Latest Odisha News

BREAKING NEWS

ଚୀନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ନରେନ୍ଦ୍ର ମୋଦି

ବେଜିଂ : ଏବେ ଚୀନ ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର କିଙ୍ଗଦାଓ ସହରରେ ୮ଟି ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ହେଉଥିବା ସାଂଘାଇ କୋଅପରେସନ ସମିଟ୍ (ଏସସିଓ) ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନରେ ପହଞ୍ଚିବା ପରେ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟମୁଖ୍ୟ ଜିନପିଙ୍ଗଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି । ତେବେ ଭାରତ-ଚୀନ ବାଣିଜ୍ୟ କାରବାରକୁ ନେଇ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବିଶେଷ ଆଲୋଚନା ହୋଇଛି ।

ଏହି ସମ୍ମିଳନୀରେ ଆୟୋଜକ ଚୀନ ସମେତ ଋଷ, ଭାରତ, ପାକିସ୍ତାନ, କାଜିକିସ୍ତାନ, କିରଗିଜସ୍ତାନ ଓ ଉଜବେକିସ୍ତାନ ଅଂଶଗ୍ରହଣ କରୁଛନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ଏହି ସବୁ ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବେ ।

Leave A Reply

Your email address will not be published.