ନୂଆଦିଲ୍ଲୀ: ପ୍ରତିଦିନ କୋଟିକୋଟି ଲୋକ ରେଳ ଯାତ୍ରା କରୁଛନ୍ତି । କାରଣ ଏହି ଯାତ୍ରା ସହଜ ଓ ଖର୍ଚ୍ଚ କମ୍ । ଅନେକ ଯାତ୍ରୀ ଜେନେରାନ ବଗିରେ ଯାତ୍ରା କରନ୍ତି। ତେବେ ଏହି ଜେନେରାଲ ଟିକେଟ ନିୟମରେ ଅନେକ ପରିବର୍ତ୍ତନ ଆଣିଛି ଭାରତୀୟ ରେଳବାଇ । ଯାହା ଷ୍ଟେସନରେ ଭିଡକୁ କମ୍ କରିବ । ରେଳଯାତ୍ରାକୁ ଆହୁରି ଅଧିକ ସୁବିଧାଜନକ, ନିରାପଦ ଏବଂ ସ୍ୱଚ୍ଛ କରିବା ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି ।
ଏବେ ଜେନେରାଲ ଟିକେଟରେ କେବଳ ସେହି ଟ୍ରେନର ନାମ ରହିବେ ଯେଉଁଥିରେ ଆପଣ ଯାତ୍ରା କରିବେ । ପୂର୍ବରୁ ଜେନେରାଲ ଟିକେଟ୍ କିଣୁଥିବା ଯାତ୍ରୀମାନେ ଯେକୌଣସି ଟ୍ରେନରେ ଯାତ୍ରା କରି ପାରୁଥିଲେ । ଏବେ ଏହି ସୁବିଧା ମିଳିବ ନାହିଁ ।
ଟ୍ରେନ ଯାତ୍ରୀମାନେ ବର୍ତ୍ତମାନ ଜେନେରାଲ ଟିକେଟ୍ ବୁକିଂ ପାଇଁ ୟୁଟିଏସ( UTS) ମୋବାଇଲ୍ ଆପ୍ ମଧ୍ୟ ବ୍ୟବହାର କରିପାରିବେ। ଏହାଦ୍ବାରା ଟିକେଟ୍ କିଣିବା ପାଇଁ ଯାତ୍ରୀମାନଙ୍କୁ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡିବ ନାହିଁ ।
ଅନଲାଇଲରେ ଏପରି ଜେନେରାଲ ଟିକେଟ ବୁକ କରନ୍ତୁ-
ପ୍ରଥମେ ୟୁଟିଏସ (UTS) ଆପ୍ ଡାଉନଲୋଡ୍ କରି ସେଥିରେ ପଞ୍ଜୀକରଣ କରିବେ । ଏହାପରେ ଲଗ୍ ଇନ୍ କରି ‘ବୁକ୍ ଟିକେଟ୍’ ଅପସନ ଉପରେ କ୍ଲିକ୍ କରିବେ । ପରବର୍ତ୍ତୀ ଷ୍ଟେପରେ ନିଜର ଯାତ୍ରା ବିବରଣୀ ଦେବେ ଏବଂ ପେମେଣ୍ଟ କରିବେ। ଏହା ପରେ ଇ-ଟିକେଟ୍ ମିଳିଯିବ । ଏହି ଟିକଟ ନେଇ ଯାତ୍ରା କରି ପାରିବେ । ଟିକେଟ୍ ବୁକିଂ ପାଇଁ ୟୁପିଆଇ (UPI), ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଭଳି ଡିଜିଟାଲ୍ ମାଧ୍ୟମକୁ ଆପଣାଇ ପାରିବେ ।
ସେହିପରି ଜେନେରାଲ ଟିକେଟ୍ ର ବୈଧତା ବର୍ତ୍ତମାନ ମାତ୍ର ତିନି ଘଣ୍ଟା ରହିଛି ଅର୍ଥାତ୍ ଏହି ସମୟ ସୀମା ମଧ୍ୟରେ ଯାତ୍ରା ଆରମ୍ଭ ନକଲେ, ଆପଣଙ୍କର ଟିକେଟ୍ କାମରେ ଆସିବ ନାହିଁ ।
Comments are closed.