Latest Odisha News

BREAKING NEWS

ଭାରତୀୟ ରେଲୱେ ଚାଇନିଜ ଫାର୍ମର ଚୁକ୍ତି ରଦ୍ଦ କଲା

ନୂଆଦିଲ୍ଲୀ : ଲଦ୍ଦାଖ ସୀମା ବିବାଦ ପରେ ଭାରତ ଚୀନ ବିପକ୍ଷରେ କଡା ପଦକ୍ଷେପ ନେବା ଆରମ୍ଭ କରିଛି । ଭାରତୀୟ ରେଳ ମନ୍ତ୍ରାଳୟ ଅଧିନସ୍ଥ ଡେଡିକେଟେଡ ଫ୍ରାଇଟ କରିଡର ଅଫ ଇଣ୍ଡିଆ ( ଡିଏଫସିସିଆଇଏଲ) ପକ୍ଷରୁ ଚୀନ କମ୍ପାନି ନ୍ୟାସନାଲ ରେଲେଓ୍ଵ ରିସର୍ଚ୍ଚ ଏଣ୍ଡ ଡିଜାଇନକୁ ଦିଆଯାଇଥିବା ଚୁକ୍ତି ରଦ୍ଦ  କରିଦିଆଯାଇଛି । ୪୭୧ କୋଟିର ଏହି ଠିକା ୨୦୧୬ ମସିହାରେ ଚୀନ କମ୍ପାନିକୁ ଦିଆଯାଇଥିଲା । ପ୍ରକଳ୍ପଟି ୨୦୧୯ରେ ସଂପୂର୍ଣ୍ଣ ହେବାକୁ ଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ମାତ୍ର ୨୦ ପ୍ରତିଶତ କାମ ସଂପୂର୍ଣ୍ଣ ହୋଇଛି । ଏଣୁ ଚୁକ୍ତିକୁ ରଦ୍ଦ କରାଗଲା ବୋଲି ଡିଏଫସିସିଆଇଏଲ ପକ୍ଷରୁ କୁହାଯାଇଛି ।

ଟେଲିକମ ବିଭାଗ ପକ୍ଷରୁ ଚୀନ ଟେଲିକମ କମ୍ପାନି ଜେଡଟିଇ ଓ ହୁଆଇ ସହ ସହବନ୍ଧନ ନକରିବାକୁ ଭାରତୀୟ କମ୍ପାନିମାନଙ୍କୁ କୁହାଯାଇଛି । ଏହା ସହିତ ଚୀନର ଏସବୁ ଟେଲିକମ କମ୍ପାନିମାନେ ଭାରତରେ ୫-ଜି କ୍ଷେତ୍ରରେ ପ୍ରବେଶ କରିବାର ସମ୍ଭାବନା କମ ବୋଲି ମଧ୍ୟ କୁହାଯାଉଛି ।

Leave A Reply

Your email address will not be published.