Latest Odisha News

BREAKING NEWS

କାଲି ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ଭୁବନେଶ୍ବର : ଆସନ୍ତାକାଲି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି ବ୍ୟବସାୟ ସଂଘ । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍‌ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି । Confederation of All India Tradersର ଏହି ବନ୍ଦ ଡାକରାକୁ ଦେଶରେ ଥିବା ୪୦ ହଜାର ବ୍ୟବସାୟୀ ସଂଘ ସମର୍ଥନ ଜଣାଇଛନ୍ତି ।

ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି କଟକ ନଗର ବ୍ୟବସାୟୀ ମହାସଂଘ । ଜିଏସଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି । ତା ଛଡ଼ା ଜିଏସଟି ଆଇନ ଯୋଗୁଁ ବ୍ୟବସାୟ କରିବା ମୁସ୍କିଲ ହୋଇପଡ଼ିଲାଣି ବୋଲି ମହାସଂଘ ଅଭିଯୋଗ କରିଛି ।

ଭାରତ ବନ୍ଦରେ ସାମିଲ ହେବ ସର୍ବଭାରତୀୟ ପରିବହନ କଲ୍ୟାଣ ଆସୋସିଏସନ । ସେମାନେ ସାରା ଦେଶରେ ଚକା ଜାମ କରିବେ ବୋଲି ଘୋଷଣା କରିଛନ୍ତି । ବନ୍ଦ ଯୋଗୁଁ ଆସନ୍ତାକାଲି ଗାଡ଼ି ଚଳାଚଳ କରିବ ନାହିଁ । ତାସହ ଦୋକାନ ବଜାର ମଧ୍ୟ ଖୋଲିବ ନାହିଁ। ଇ-ୱେ ବିଲ୍‌କୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଉଭୟ ସଙ୍ଗଠନ ଦାବି କରିଛନ୍ତି। ସେହିପରି ଦେଶରେ ତୈଳ ଦର ଉପରେ ଲାଗୁଥିବା ଟିକସ୍‌କୁ ପ୍ରତ୍ୟାହାର କରାଯାଉ ବୋଲି ସଂଘ ଦାବି କରିଛି ।

Leave A Reply

Your email address will not be published.