Latest Odisha News

BREAKING NEWS

ରେଲୱେ ୱାର୍କସପ୍ ଓ ପ୍ରଡକ୍ସନ ୟୁନିଟରେ ବ୍ୟବହାର ହେବ ପ୍ରାକୃତିକ ଗ୍ୟାସ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ରେଲ ଭବନରେ ଆଜି ଭାରତୀୟ ରେଳବାଇ ଓ ଗେଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।

ଏହି ଚୁକ୍ତିନାମାକୁ ଭାରତୀୟ ରେଳବାଇ ପକ୍ଷରୁ ଇଣ୍ଡିଆନ ରେଲୱେ ଅର୍ଗାନାଇଜେସନ ଫର ଅଲଟରନେଟ ଫୁଏଲ୍ସର ଶ୍ରୀ ଚେତରାମ ଏବଂ ଗେଲ୍ ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶକ (ମାର୍କେଟିଙ୍ଗ) ଗଜେନ୍ଦ୍ର ସିଂ ସ୍ୱାକ୍ଷର କରିଥିଲେ ।

ତେବେ ଭାରତୀୟ ରେଳବାଇର ୱାର୍କସପ୍, ପ୍ରଡକ୍ସନ ୟୁନିଟ ଏବଂ ଗୋଦାମ ଗୁଡ଼ିକରେ ଏବେ ଡିଜୋଲଭଡ ଏସିଟିଲିନ୍, ଏଲପିଜି, ବିଏମସିଜି, ଫର୍ଣ୍ଣେସ ଅଏଲ୍, ହାଇସ୍ପିଡ୍ ଡିଜେଲ ପରିବର୍ତେ ପରିବେଶ ଅନୁକୂଳ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରାଯିବ । ଏଥିପାଇଁ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଲାଗି ମୌଳିକ ଭତିଭୂମି ସୁବିଧା ଗେଲ୍ ଯୋଗାଇ ଦେବ ।

ଭାରତୀୟ ରେଳବାଇକୁ ଉଭୟ ଔଦ୍ୟୋଗିକ ଓ ଘରୋଇ ବ୍ୟବହାର ପାଇଁ ସିଏନଜି/ଏଲ୍ଏନଜି/ପିଏନଜି ଯୋଗାଣ ସହ ଏଥି ସକାଶେ ମୌଳିକ ଭିତିଭୂମି ଗେଲ୍ ପ୍ରସ୍ତୁତ କରିବ । ରେଲୱେରେ ଥିବା ମୋଟ ୫୪ଟି ୱାର୍କସପ୍ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୩ଟିରେ ଔଦ୍ୟୋଗିକ ଗ୍ୟାସ୍ ପରିବର୍ତେ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ପାଇଁ ଚିହ୍ନଟ କରାଯାଇଛି । ଘରୋଇ ବ୍ୟବହାର ପାଇଁ ଭୁବନେଶ୍ୱରର ରେଲୱେ କଲୋନିରେ ପ୍ରାୟ ୧୧୦୦ ଘରକୁ ଡି-ପିଏନଜି ଯୋଗାଣ ହେଉଛି ।

ରେଳବାଇରେ ବାର୍ଷିକ ବ୍ୟବହାର ହେଉଥିବା ପ୍ରାୟ ୮୪୪୦୨୭ କ୍ୟୁବିକ୍ ମିଟର ଏସିଟିଲିନ୍, ୨୩୫୪୪୨୫ କି.ଗ୍ରା. ଏଲପିଜି, ୧୪୦୯୯୧ କି.ଗ୍ରା. ବିଏମସିଜି, ୫୫୦୦ କିଲୋଲିଟର ଏଚଏସଡି/ଫର୍ଣ୍ଣେସ୍ ଅଏଲ୍ (ମୋଟ ୭୦ କୋଟି ଟଙ୍କା) ବଦଳରେ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରାଯିବାର ପ୍ରସ୍ତାବ ରହିଛି । ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଦ୍ୱାରା ରେଳବାଇର ବାର୍ଷିକ ୨୦ କୋଟି ଟଙ୍କା ସଂଚୟ ହୋଇପାରିବ ।

ଏହି ଅବସରରେ ରେଲୱେ ବୋର୍ଡ ଚେୟାରମ୍ୟାନ୍ ଅଶ୍ୱନୀ ଲୋହାନୀ କହିଥିଲେ ଯେ “୨୦୧୮ ଡିସେମ୍ବର ୩୧ ତାରିଖ ସୁଦ୍ଧା ୨୩ଟି ୱାର୍କସପ୍ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଆରମ୍ଭ କରିବେ । ୨୦୧୯ ଜୁନ୍ ୩୦ ତାରିଖ ସୁଦ୍ଧା ସମସ୍ତ ୫୪ଟି ୱାର୍କସପ୍ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରିବାର ଲକ୍ଷ୍ୟ ରହିଛି ।”

ସେହିପରି ରେଲୱେର ସମସ୍ତ ଏଷ୍ଟାବ୍ଲିସ୍ମେଂଟ, ଆଇଆରସିଟିସି କିଚେନ୍, ସମସ୍ତ ଗେଷ୍ଟ ହାଉସ୍, ଛାତ୍ରାବାସ ଏବଂ ରେଲୱେ ଡିଭିଜନ ଗୁଡ଼ିକ ୨୦୧୯ ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୱାର୍କସପ୍ ଗୁଡ଼ିକରେ ମଧ୍ୟ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ପାଇଁ ଗେଲ୍ ଓ ଆଇଆରଓଏଏଫ୍ ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ରେଲୱେ ବୋର୍ଡ ଚେୟାରମ୍ୟାନ୍ ଅଶ୍ୱନୀ ଲୋହାନୀ ଓ ଗେଲର ସିଏମଡି ବି.ସି. ତ୍ରିପାଠୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.