Latest Odisha News

BREAKING NEWS

ଧଡ଼କ୍ ରିଲିଜ୍ ପରେ ବଢୁଛି ଜାହ୍ନବୀଙ୍କ ପପୁଲାରିଟି !

ମୁମ୍ବାଇ: ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଏବେ ବଲିଉଡ଼ର ଜଣେ ବ୍ୟସ୍ତ ନାୟିକା । ବଲିଉଡ଼ରେ ନୂଆକରି ପାଦ ଦେଉଦେଉ ହିଁ ସୁନ୍ଦରୀ ଜାହ୍ନବୀଙ୍କ ଲୋକପ୍ରିୟତା ବେଶ୍ ବଢି ଚାଲିଛି । ଧଡ଼କ୍ ରିଲିଜ୍ ହେବାପରେ ଜାହ୍ନବୀଙ୍କୁ ଏବେ ଟିକେ ବି ଫୁରସୋତ୍ ମିଳୁନି । ତାଙ୍କର ଡ଼େବ୍ୟୁ ଫିଲ୍ମରେ ଜାହ୍ନବୀ ସୁନ୍ଦର ଅଭିନୟ କରିଛନ୍ତି । ବିଶେଷକରି ଧଡ଼କରେ ହ୍ୟାଣ୍ଡସମ୍ ଈଶାନ୍ ଖଟ୍ଟର୍ ଓ ଜାହ୍ନବୀଙ୍କ ରୋମାଣ୍ଟିକ୍ ଆକ୍ଟି ଦର୍ଶକଙ୍କୁ ଛୁଇଁ ପାରିଛି ।

ଜାହ୍ନବୀଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଧଡ଼କର ଏକ ରୋମାଣ୍ଟିକ୍ ଗୀତରେ ଶ୍ରୀଦେବୀଙ୍କୁ ଅନୁକରଣ କରିଥିଲେ ଜାହ୍ନବୀ, ଏକଥା ସେ ସ୍ୱୀକାର କରିଛନ୍ତି । ତେବେ ବଲିଉଡ଼ ସିନେମା ଖବରକୁ ନେଇ ଭାରତରେ ପ୍ରକାଶିତ ହେଉଥିବା ବିଭିନ୍ନ ସିନେମା ପତ୍ରିକାର କଭର୍ ରେ ଜାହ୍ନବୀ ଏବେ ସ୍ଥାନ ପାଇପାରିଛନ୍ତି ।

ଫିଲ୍ମଫେୟାର କଭରରେ ସ୍ଥାନ ପାଇ ବଲିଉଡକୁ ଚମକାଇ ଦେଇଛନ୍ତି ଜାହ୍ନବୀ । ଏଥିସହିତ ଗାର୍ଜିଆ ଏବଂ ଭୋଗ୍ୟୁ ମ୍ୟାଗାଜିନରେ ମଧ୍ୟ ଜାହ୍ନବୀ ସ୍ଥାନ ପାଇଛନ୍ତି ।

ଏହା ନିଚ୍ଛକ ସତକଥା ଯେ, ଧଡ଼କରେ ଖୁବ୍ କମ୍ ପାରିଶ୍ରମିକ ମିଳିଥିଳା ଜାହ୍ନବୀଙ୍କୁ, କିନ୍ତୁ ସେ ବିଚଳିତ ହୋଇନଥିଲେ । ତାଙ୍କର ନିଜ ଆକ୍ଟିଂ ଉପରେ ଖୁବ୍ ଭରସା ରହିଥିଲା । ସେ ଜାଣିଥିଲେ ତାଙ୍କ ଅଭିନୟର କରିସ୍କା ଡ଼େବ୍ୟୁ ଫିଲ୍ମରେ ହିଁ ଦେଖାଇପାରିବେ ।

ଧଡ଼କ୍ ଦେଖିବା ପରେ ଦର୍ଶକ ଶ୍ରୀଦେବୀଙ୍କୁ ମନେ ପକାଉଛନ୍ତି । ମା’ଙ୍କ ପରି ନିଜର ସୌନ୍ଦର୍ଯ୍ୟ ତ୍ୱଚା ସାଙ୍ଗକୁ ନିଖୁଣ ଅଭିନୟ ଯୋଗୁଁ ଜାହ୍ନବୀ ଏବେ ବଲିଉଡ଼ର ଷ୍ଟାର ପାଲଟି ଯାଇଛନ୍ତି ।

Leave A Reply

Your email address will not be published.