Latest Odisha News

BREAKING NEWS

ଡାକାର ରାଲିରେ ଭାରତୀୟ ରେସର ସନ୍ତୋଷଙ୍କ ଦୁର୍ଘଟଣା, କୋମା ଷ୍ଟେଜରେ ବଂଚିବା ପାଇଁ ସଂଘର୍ଷରତ

ନୂଆଦିଲ୍ଲୀ: ଡାକାର ରାଲିରେ ଭାରତୀୟ ରେସର ସିଏସ ସନ୍ତୋଷଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସେ ଗୁରୁତର ହେବା ସହ କୋମା ଷ୍ଟେଜରେ ରହି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । ଏୟାରଲିଫ୍ଟ ଯୋଗେ ତାଙ୍କୁ ରିୟାଦସ୍ଥିତ ମେଡିକାଲକୁ ପଠା ଯାଇଥିଲା । ତାଙ୍କୁ ଚିକତ୍ସା କରୁଥିବା ଡାକ୍ତରଙ୍କ ମତରେ ଏବେ ସେ କୋମା ଅବସ୍ଥାରେ ଅଛନ୍ତି ।

ହୀରୋ ମୋଟର ସ୍ପୋଟ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସନ୍ତୋଷ ଡାକାର ରାଲିର ଚତୁର୍ଥ ଷ୍ଟେଜରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେ ସମୟରେ ତାଙ୍କ ବାଇକ ସ୍ପିଡ ୧୩୫ କିମି ପ୍ରତି ଘଂଟା ଥିଲା । ଗତ ସଂସ୍କରଣରେ ମଧ୍ୟ ହିରୋ ମୋଟରସ୍ପୋର୍ଟ୍ସ ପକ୍ଷରୁ ରେସରେ ଅଂଶଗ୍ରହଣ କରିଥିବା ପାଉଲୋ ଗୋନକାଲଭେସ ଦୁର୍ଘଟଣାଗ୍ରସ୍ତ ହେବା ସହ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.