Latest Odisha News

BREAKING NEWS

ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆର ଦୃଢ଼ ବ୍ୟାଟିଂ: ପୁକୋଭିସ୍କି, ଲାବୁସଚାଗନେଙ୍କ ଅର୍ଦ୍ଧଶତକ

ସିଡନୀ: ଏଠାରେ ବୁଧବାର ଆରମ୍ଭ ହୋଇଥିବା ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଦୃଢ଼ ସ୍ଥିତିରେ ରହିଛି । ଷ୍ଟମ୍ପ୍ସ ଅପସାରଣବେଳକୁ ଘରୋଇ ଦଳ ୨ ଉଇକେଟ ବିନିମୟରେ ୧୬୬ ରନ ସଂଗ୍ରହ କରି ନେଇଛି । ୱିଲ ପୁକୋଭିସ୍କି, ମାର୍ନସ ଲାବୁସଚାଗନେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ପୁକୋଭିସ୍କି ୬୨ ରନ କରି ଆଉଟ ହୋଇଥିବା ବେଳେ ଲାବୁସଚାଗନେ ୬୭ ଓ ଷ୍ଟିଭ ସ୍ମିଥ ୩୧ ରନ କରି ଅପରାଜିତ ରହିଛନ୍ତି । ଡେଭିଡ ୱାର୍ଣ୍ଣର ୫ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ନଭଦୀପ ସାଇନ ଗୋଟିଏ ଲେଖାଁଏ ଉଇକେଟ ଅକ୍ତିଆର କରିଛନ୍ତି । ଅଷ୍ଟ୍ରେଲିଅ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.