Latest Odisha News

ଓସ୍କାର ଦୌଡରେ ପ୍ରିୟଙ୍କାଙ୍କ ସର୍ଟ ଫିଲ୍ମ ‘ଅନୁଜା’

ନୂଆଦିଲ୍ଲୀ: ଓସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ ଏବଂ ଗୁରୁତ୍ଵପୂର୍ଣ୍ଣ ପୁରସ୍କାର ଭାବରେ ଜଣାଶୁଣା । ତେବେ  ଚଳିତବର୍ଷର ନୋମିନେଶନ ତାଲିକା ଘୋଷଣା  କରାଯାଇଛି। ବିଶେଷ କଥା ହେଉଛି ହିନ୍ଦୀ ଚଳଚ୍ଚିତ୍ର ‘ଅନୁଜା’ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି । ସିନେମାକୁ ଲାଇଭ୍ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ କରାଯାଇଛି । ପ୍ରିୟଙ୍କା ଚୋପ୍ରା ଏହି ସିନେମାର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଦାୟିତ୍ବ ତୁଲାଇଛନ୍ତି ।

 

https://x.com/TheAcademy/status/1882421791433617602

ଆଡାମ ଜେ ଗ୍ରେଭ୍ସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସୁଚିତ୍ରା ମଟ୍ଟାଇଙ୍କ ଦ୍ୱାରା ପ୍ରଯୋଜିତ ‘ଅନୁଜା’ ଏକ ନଅ ବର୍ଷୀୟ ଝିଅର କାହାଣୀ ଅଟେ । ଯିଏ ନିଜ ବଡ ଭଉଣୀ ପଲକ ସହିତ ଏକ କପଡା କାରଖାନାରେ କାମ କରୁଛି । ଫିଲ୍ମରେ ୯ ବର୍ଷୀୟ ଅନୁଜାର ସଂଘର୍ଷମୟ ଯାତ୍ରା ଦେଖିବାକୁ ମିଳୁଛି ।

‘ଅନୁଜା’ ସହ ‘ଏ ଲିଏନ୍’, ଆଇ ଆମ ନଟ ଏ ରୋବୋଟ, ଦି ଲାଷ୍ଟ ରେଞ୍ଜର ଏବଂ ଏ ମ୍ୟାନ ହୁ କୁଡ୍ ନଟ ରିମେନ ସାଇଲେଣ୍ଟ ମଧ୍ୟ ମନୋନୀତ କରାଯାଇଛି। ମାର୍ଚ୍ଚ ୨, ୨୦୨୫ ରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ ।

 

Comments are closed.