Latest Odisha News

ଭାରତୀୟ ଛାତ୍ରଛାତ୍ରୀଙ୍କୁ ପିଟୁଛନ୍ତି ୟୁକ୍ରେନ ସେନା, ଉଦ୍ଧାର ପାଇଁ ଅପିଲ୍

କିଭ୍(ୟୁକ୍ରେନ): ୟୁକ୍ରେନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ସେଠାରେ ଫସିଛନ୍ତି ବହୁ ଭାରତୀୟ । ଭୟ ଭିତରେ ଦିନ କାଟୁଥିବା ବେଳେ ଯୁଦ୍ଧ ବିଭୀଷିକା ଭିତରେ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ୟୁକ୍ରେନ୍ ସୁରକ୍ଷାବାହିନୀ ପକ୍ଷରୁ ଅକଥନୀୟ ନିର୍ୟାତନା ଦିଆଯାଉଥିବା ଚିତ୍ର ଏବେ ସାମନାକୁ ଆସିଛି । ୟୁକ୍ରେନ୍ ସେନା ମାଡ଼ ମାରୁଥିବା ଓ ଦୁର୍ବ୍ୟବହାର କରୁଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧି ବି ଏସମ୍ପର୍କିତ ଏକ ଭିଡିଓ ଟ୍ୱିଟ୍ କରି ସେୟାର କରିଛନ୍ତି । ଯେଉଁଥିରେ କିଛି ଛାତ୍ରଛାତ୍ରୀଙ୍କୁ ସେନା ପୋଷାକରେ ଥିବା କିଛି ବ୍ୟକ୍ତି ମାଡ଼ ମାରିବା ସହ ଟଣା ଓଟରା କରୁଛନ୍ତି । ରାହୁଲ ଲେଖିଛନ୍ତି, ଭାରତୀୟଙ୍କୁ ସେଠାରେ ଏମିତି ଭାବରେ ଛାଡ଼ି ପାରିବା ନାହିଁ । ଏଭଳି ହିଂସାର ସାମନା କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ସହାନୁଭୂତ ଜଣାଇଛନ୍ତି । କେନ୍ଦ୍ର ସରକାର ସେମାନଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ପ୍ଲାନ୍ କରିବା ଦରକାର ବୋଲି କହିଛନ୍ତି ରାହୁଲ ।

ଆଉ କିଛି ଛାତ୍ର ଭିଡିଓ ପୋଷ୍ଟ କରି ନିର୍ୟାତନାର କାହାଣୀ ବଖାଣିଛନ୍ତି । କେହି କେହି ଚାଲି ଚାଲି ରୋମାନିଆ ସୀମା ନିକଟରେ ପହଞ୍ଚିଛନ୍ତି । କିନ୍ତୁ ୟୁକ୍ରେନ୍ ସୀମା ପାଖରେ ସେନା ପକ୍ଷରୁ ସେମାନଙ୍କୁ ଯିବାକୁ ଦିଆଯାଉ ନାହିଁ । ଏପରିକି ସେମାନଙ୍କୁ ମାରପିଟ କରାଯାଉଛି । ସୁରକ୍ଷକର୍ମୀ ବାଡ଼ିରେ ପିଟୁଥିବା ଭିଡିଓ ବି ସାମନାକୁ ଆସିଛି । ଏପରିକି କିଛି ସ୍ଥାନରେ ଭାରତୀୟଙ୍କ ସହ ଭେଦଭାବ କରାଯାଉଥିବା ଅଭିଯୋଗ ଆସିଛି ।

Comments are closed.