Latest Odisha News

BREAKING NEWS

ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ନିର୍ବାଚିତ ହେଲେ ଓଡିଶା ସାଂସଦ

ନୂଆଦିଲ୍ଲୀ: ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ଅନ୍ୟ ୪ ଜଣ ରାଜ୍ୟସଭା ସାଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନ୍ୟ ୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ମହେଶ ପୋଦାର (ବିଜେପି), କେ. କେଶବ ରାଓ (ଟିଆରଏସ୍), ବିଜୟସାଏ ରେଡ୍ଡୀ (ୱାଇଏସଆରସିପି) ଏବଂ ଦୋଳ ସେନା (ଟିଏମସି) ପ୍ରମୁଖ ରହିଛନ୍ତି ।

ଏହି କମିଟିରେ ୧୫ ଜଣିଆ ସଦସ୍ୟ ରହିଥାନ୍ତି । ଯେଉଁଥିରେ ଲୋକସଭାରୁ ୧୦ ଓ ରାଜ୍ୟସଭାରୁ ୫ ଜଣ ନିର୍ବାଚିତ ହୋଇଥାନ୍ତି ।

ଆହୁରି ମଧ୍ୟ ଲୋକସଭାରୁ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଥିବାବେଳେ ଏଥିଲାଗି ଚେୟାରମ୍ୟାନଙ୍କ ଚୟନ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.