Latest Odisha News

୨ ଜଣ ଖେଳାଳିଙ୍କ ପ୍ରତି ଟିମ୍ ଇଣ୍ଡିଆ ମ୍ୟାନେଜମେଂଟ ଅନ୍ୟାୟ କରିଛନ୍ତି : ଗମ୍ଭୀର

ନୂଆଦିଲ୍ଲୀ: ସୁନୀଲ ଗାଭାସ୍କରଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ଭାରତୀୟ କ୍ରିକେଟ ଦଳର ଟିମ୍ ମ୍ୟାନେଜମେଂଟକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ୨ଜଣ ଖେଳାଳିଙ୍କ ବିରୋଧରେ ମ୍ୟାନେଜମେଂଟ ଅନ୍ୟାୟ କରୁଛି । ସେମାନେ ହେଲେ ରିଦ୍ଧିମାନ ଶାହ ଓ ଋଷଭ ପନ୍ତ । ବକ୍ସିଂ ଡେ ଟେଷ୍ଟରୁ ଶାହଙ୍କୁ ବସାଇବା ନେଇ ସେ ଏହା କହିଛନ୍ତି । କାଲି ପୁଣି ପନ୍ତ ଖରାପ ଖେଳିଲେ ତାଙ୍କୁ ବି ବସାଇଦେବ ଓ ଶାହାଙ୍କୁ ନେଇ ଆସିବ ? ଏହା ଦ୍ୱାରା ଉଭୟ ଉଇକେଟକିପରଙ୍କ ସବୁ ବେଳ ପାଇଁ ଚାପରେ ରହିବ ।

ରୋଟେଶନ ନିୟମ ଲାଗୁ କରି ସେମାନଙ୍କ ହଇରାଣ କରିବା ଆବଶ୍ୟକ ନାହିଁ । ପିଚ୍ ଅନୁସାରେ ବୋଲର ବଦଳାଇ ଯାଇପାରିବ । ମାତ୍ର ବାରମ୍ବାର ଉଇକେଟକିପରଙ୍କୁ ବଦଳାଇବା ଠିକ୍ ନୁହେଁ ବୋଲି ଗମ୍ଭୀର କହିଛନ୍ତି ।

Leave A Reply

Your email address will not be published.